ଡାକ୍ତରଖାନାରେ ଭର୍ତ୍ତି ହେଲେ ବିଜୟ ଦେବରକୋଣ୍ଡା: ହସପିଟାଲରେ ପରିବାର

Published By : Prameya-News7 Bureau | July 17, 2025 IST

indiatoday

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଡେଙ୍ଗୁରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଛି ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯାଇପାରେ ବୋଲି ସୂଚନା ମିଳିଛି। ବିଜୟ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପରିବାର ତାଙ୍କ ସହିତ ରହିଛନ୍ତି। 

ବଡ଼କଥା ହେଲା ନିକଟରେ ଦେବରକୋଣ୍ଡାରଙ୍କର ନୂଆ ଚଳଚ୍ଚିତ୍ର 'କିଙ୍ଗଡମ୍'ର ମୁକ୍ତିଲାଭ କରିବାରେ ଥିଲା। ହେଲେ ସେ ହଠାତ୍ ଅସୁସ୍ଥ ହୋଇଯିବାରୁ ସିନେମାର ରିଲିଜ୍ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି। ସିନେମାର ନାୟକ ସୁସ୍ଥ ହେବା ପରେ ଏହା ମୁକ୍ତିଲାଭ କରିପାରେ। ଗୌତମ ତିନ୍ନାନୁରୀଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ ଫିଲ୍ମଟି ସ୍ୱାଧୀନତା ପରବର୍ତ୍ତୀ ସିଂହଳ-ତାମିଲ ସଂଘର୍ଷର ପୃଷ୍ଠଭୂମି ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଅଞ୍ଚଳର ଐତିହାସିକ ଉତ୍ତେଜନାରୁ ସୃଷ୍ଟି ହୋଇଥିବା ଶରଣାର୍ଥୀ ସଙ୍କଟର କାହାଣୀ କୁହାଯାଇଛି। 

କିଙ୍ଗଡମ ସିନେମାକୁ ପ୍ରଥମେ ମେ ୩୦ ତାରିଖରେ ମୁକ୍ତିଲାଭ କରାଇବା ପାଇଁ ଯୋଜନା କରାଯାଇଥିଲା। ହେଲେ ବିଳମ୍ବ ଯୋଗୁ ଏହାକୁ ୪ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଥିଲା। ହେଲେ ପୁଣିଥରେ ଏଥିରେ ବିଳମ୍ଭ ହେବାରୁ ସିନେମା ରିଲିଜ୍‌କୁ ୩୧ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି। ଚଳଚ୍ଚିତ୍ରର କାହାଣୀ ଦର୍ଶକୁ ନିଶ୍ଚୟ ବାନ୍ଧି ରଖିବ। ଏହା ସ୍ୱାଧୀନତା ପରବର୍ତ୍ତି ସମୟର ତୀବ୍ର ସାମାଜିକ-ରାଜନୈତିକ ପରିବେଶକୁ ପ୍ରତିଫଳିତ କରେ ବୋଲି ସିନେମା କ୍ରୁ ମେମ୍ବର କହିଛନ୍ତି। 

ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖା ଦେଇଥିବା ଉତ୍ତଜେନା ଯୋଗୁ ସିନେମା ରିଲିଜ୍‌ରେ ବିଳମ୍ବ ହୋଇଥିଲା। ଏଣୁ ନିର୍ମାତାଙ୍କୁ ଫିଲ୍ମର ରିଲିଜ୍ ଚାରିଖ ବିଷୟରେ ବିଚାର କରିବାକୁ ପଡ଼ିଥିଲା। ରିଲିଜ୍‌ରେ ବିଳମ୍ବ ହେବା ସତ୍ତ୍ୱେ ବି ସିନେମାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଖୁବ୍ ଆଗ୍ରହ ରହିଛି। ଏହି ଚଳଚ୍ଚିତ୍ରରେ ଭାଗ୍ୟଶ୍ରୀ ବୋର୍ସେ ଏବଂ ସତ୍ୟଦେବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହାକୁ ସୀତାରା ଏଣ୍ଟରଟେନମେଣ୍ଟସ୍ ଏବଂ ଫର୍ଚୁନ୍ ଫୋର୍ କ୍ରିଏସନ୍ସ ପ୍ରଯୋଜନା କରିଛନ୍ତି। ଐତିହାସିକ ପ୍ରସଙ୍ଗ ଏବଂ ନାଟକୀୟ କାହାଣୀର ମିଶ୍ରଣ ସହିତ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଥିଏଟରକୁ ଟାଣିବାରେ ସଫଳ ହେଉଛି କି ନା ତାହା ଫିଲ୍ମ ରିଲିଜ୍ ହେଲେ ଜଣାପଡ଼ିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.