ଭୁବନେଶ୍ୱର ୧୭/୦୭: ଯେକୌଣସି ଦଳ ହେଉ, ଯେଉଁମାନେ ସୌମ୍ୟଶ୍ରୀ ପ୍ରସଙ୍ଗରେ ବିଜେପି ସରକାର ବିରୋଧରେ ଲଢିବେ । ସେମାନଙ୍କ ପ୍ରତି ବିଜେଡ଼ିର ନୈତିକ ସମର୍ଥନ ରହିବ। ପୀଡିତାଙ୍କ ଅଭିଯୋଗକୁ ସମସ୍ତେ ଅଣଦେଖା କଲେ । ଯେଉଁଥିପାଇଁ ସେ ଚାଲିଗଲା । ଏହା ଜନତାଙ୍କ ପ୍ରତିକ୍ରିୟା । ଆମେ ମଧ୍ୟ ବୁଧବାର ଲୋକସେବା ଭବନ ଘେରାଉ କରିଥିଲେ।
ବିଜେପିର ଛାତ୍ର ସଂଗଠନ ଦୁଇ ଫାଳ । ତାଙ୍କର ଅନ୍ତଃକନ୍ଦଳ ପାଇଁ ଝିଅଟି ଚାଲିଗଲା । ମୋ ପାଖେ ଜଘନ୍ୟ ଖବର ଯାହା ଅଛି । ତାକୁ ପେଟ୍ରୋଲ ଦିଆଗଲା, କୁହାଗଲା ତୁ ନିଆଁ ଲଗା ଆମେ ବଞ୍ଚେଇ ଦେବୁ । ମୋବାଇଲ ରେ ମଧ୍ୟ ସୁଟିଂ ହେଉଥିଲା । ଆହୁରି ବି ବିଜେପି ସାଂସଦ ଉତ୍ତର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ ଅପରାଜିତାଙ୍କୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ଆମକୁ ନ୍ୟୁଜ୍ରେ ହେଡ୍ଲାଇନ୍ ରେ ରଖିବା ଦରକାର ନାହିଁ ବିଜେପିକୁ ରଖନ୍ତୁ ।
ବର୍ଷକ ଭିତରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ । ବର୍ଷେ ଭିତରେ ଯେତିକି ରେକର୍ଡ଼ କରିଛନ୍ତି ଘୋଷି ମନେରଖିଲେ ଏମ୍ ଏ ପାସ ହେଇଯିବେ । ସତ ସ୍ୱୀକାର କରନ୍ତୁ, ଇସ୍ତଫା ଦିଅନ୍ତୁ । କ୍ଷମା ମାଗନ୍ତୁ । ଆମବେଳେ ତାହାଲେ ଯାହା ଅଘଟଣ ହୋଇଥିଲା ଏବେ ବି ସେୟା ହବ କହୁଛନ୍ତି ତାମାନେ। ଅଜବ ଯୁକ୍ତି ବାଢୁଛନ୍ତି ସେ ଯୁକ୍ତିର କିଛି ମୂଲ୍ୟ ନାହିଁ । ବିଜେଡ଼ି ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ। ଏ ତାତି କମିବନି, ଏ ତାତି ବଢିବ ।