‘ୱାର-୨’ର ପୋଷ୍ଟର ରିଲିଜ୍, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଏନଟିଆର-ହ୍ରିତିକ୍

Published By : Prameya-News7 Bureau | July 17, 2025 IST

ମୁମ୍ଵାଇ ୧୭।୦୭; ହ୍ରିତିକ ରୋଶନ ଓ ଜୁନିୟର ଏନ୍‌ଟିଆର୍‌ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ୱାର୍‌-୨’। ବର୍ତ୍ତମାନ ଏହି ଫିଲ୍ମର ନୂଆ ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଏଥିରେ ହ୍ରିତିକ, କିଆରା ଆଡ଼ଭାନି ଓ ଜୁନିୟର ଏନ୍‌ଟିଆର୍‌ଙ୍କୁ ଦମ୍‌ଦାର ଆକ୍ସନ୍‌  ଦେଖିବାକୁ  ମିଳିଛି । ନିର୍ମାତାଙ୍କ ଦାବି, ‘ୱାର୍‌-୨’ ଏ ବର୍ଷର ସବୁଠୁ ବଡ଼ ଆକ୍ସନ୍‌ ଫିଲ୍ମ ହେବ । ପୋଷ୍ଟର୍‌ରେ ହ୍ରିତିକ ଖଣ୍ଡା  ସହିତ ଆକ୍ସନ୍‌ ମୋଡ୍‌ରେ ଅଛନ୍ତି । ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଭୟଙ୍କର ଲୁକ୍‌କୁ ଫ୍ୟାନ୍‌ ବେଶ୍‌ ପସନ୍ଦ କରୁଛନ୍ତି ।  

ଏତିକି ହି ନୁହେଁ କିଆରା ମଧ୍ୟ ବନ୍ଧୁକ ସହିତ ହଟ୍‌କେ ଅନ୍ଦାଜ୍‌ରେ ନଜର ଆସିଛନ୍ତି । ପୋଷ୍ଟର୍‌ ରିଲିଜ୍‌ ସହିତ ଫିଲ୍ମକୁ ନେଇ କାଉଣ୍ଟ୍‌ଡାଉନ୍‌ ଆରମ୍ଭ ହୋଇଛି। ଏ ସପ୍ତାହ ଶେଷ ସୁଦ୍ଧା ଫିଲ୍ମର ଟ୍ରେଲର୍‌ ଲଞ୍ଚ୍‌ ହେବ ବୋଲି ଅନୁମାନ କରାଯାଉଛି ।  ଜୁନିୟର ଏନ୍‌ଟିଆର୍‌ ‘ୱାର୍‌-୨’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି  କରିବାକୁ ଯାଉଛନ୍ତି । 

ଆସନ୍ତା  ଅଗଷ୍ଟ ୧୪ ତାରିଖରେ ଏହା  ହିନ୍ଦୀ, ତେଲୁଗୁ ଓ ତାମିଲ  ଭାଷାରେ ମୁକ୍ତିଲାଭ କରିବ ।  ଏହା ୟଶରାଜ ଫିଲ୍ମସ୍‌ ସ୍ପାଇ  ୟୁନିଭର୍ସର ପ୍ରୋଜେକ୍ଟ, ଯେଉଁଥିରେ  ‘ଏକ୍‌ ଥା ଟାଇଗର’, ‘ୱାର୍‌’  ଓ ‘ପଠାନ୍‌’ ଭଳି ଫିଲ୍ମ ନିର୍ମିତ  ହୋଇଛି । ‘ୱାର୍‌’ର ନିର୍ଦ୍ଦେଶନା  ଦେଇଥିଲେ ସିଦ୍ଧାର୍ଥ ଆନନ୍ଦ ।  ସିକ୍ୱେଲର ନିର୍ଦ୍ଦେଶନା ଦାୟିତ୍ୱରେ  ଅଛନ୍ତି ଆୟାନ ମୁଖାର୍ଜୀ ।  ଫିଲ୍ମରେ ଋତ୍ୱିକ ମେଜର୍‌ କବୀର  ଧାଲୀୱାଲ ଭୂମିକାରେ ପୁଣି ଥରେ ପରଦାକୁ ଫେରିବେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.