ମୁମ୍ୱାଇ ୧୭/୦୮: ଜୀବନ ହାରୁଥିଲେ ମହିଳା, ବଞ୍ଚାଇଦେଲେ କ୍ୟାବ୍ ଡ୍ରାଇଭର । ଆଉ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଲୋମଟାଙ୍କୁରା ଘଟଣା । ମୁମ୍ବାଇର ଅଟଳ ସେତୁ ଉପରେ ଘଟିଛି ଏହି ହୃଦୟ ବିଦାରକ ଦୃଶ୍ୟ । ଜଣେ ମହିଳା ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ଦେବଦୂତ ସାଜିଥିଲେ କ୍ୟାବ ଡ୍ରାଇଭର ।
ଡ୍ରାଇଭର ଜଣକ ମହିଳାଙ୍କ ଚୁଟି ଟାଣି ଆଣି ତାଙ୍କ ଜୀବନ ରକ୍ଷା କରିଛନ୍ତି । ସଂଗେ ସଂଗେ ଘଟଣାସ୍ଥଳରେ ଉପସ୍ଥିତ ଟ୍ରାଫିକ୍ ପୋଲିସ୍ ବି ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଥିଲେ ମହିଳାଙ୍କୁ । ଏହାର ଭିଡିଓ ଅଟଳ ସେତୁରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ଆଉ ଏହି ଦୃଶ୍ୟ ଏବେ ଜୋରରେ ଭାଇରାଲ ହେବାର ଲାଗିଛି ।
Viewers Discretion Advised
— पोलीस आयुक्त, बृहन्मुंबई - CP Mumbai Police (@CPMumbaiPolice) August 16, 2024
Responding promptly to an attempt to die by suicide at MTHL Atal Setu, the on-duty officials, PN Lalit Shirsat, PN Kiran Mahtre, PC Yash Sonawane & PC Mayur Patil of @Navimumpolice jumped over the railing & rescued the individual saving her life.
I… pic.twitter.com/h9JYayucLk
ପୋଲିସ୍ ସୂଚନା ମୁତାବିକ୍ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳା କାର୍ରେ ଅଟଳ ସେତୁ ଉପରେ ଯାଉଥିଲେ । ପାଣିକୁ କିଛି ଧାର୍ମିକ ଫଟୋ ଫୋପାଡ଼ିବା ନିମନ୍ତେ ସେ ବ୍ରିଜ ମଝିରେ କ୍ୟାବ୍ ଡ୍ରାଇଭର ସଞ୍ଜୟ ଯାଦବଙ୍କୁ ରହିବାକୁ କହିଥିଲେ। ତେବେ ଡ୍ରାଇଭର ଜଣଙ୍କ ଅଟଳ ସେତୁରେ ମୁତୟନ ଥିବା ଟ୍ରାଫିକ୍ ପୋଲିସ୍ କଣ୍ଟ୍ରୋଲ ରୁମ୍କୁ ଏକ କଲ୍ ଆସିଥିଲା । ଅଟଳ ସେତୁରେ ଏକ କାର୍ ଅଟକି ଥିବା ବେଳେ ଭିତରୁ ଜଣେ ମହିଳା ବାହାରି ରେଲିଂ ନିକଟକୁ ଯାଇଥିବା ସୂଚନା ମିଳିଥିଲା । ତୁରନ୍ତ ଟ୍ରାଫିକ୍ ପୋଲିସ୍ ଘଟଣାସ୍ଥଳକୁ ଯାଇଥିଲେ ।
ସେହି ସମୟରେ ମହିଳାଜଣକ ସମୁଦ୍ରକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ମାତ୍ର କ୍ୟାବ୍ ଡ୍ରାଇଭର ଜଣକ ତାଙ୍କ ଚୁଟି ଟାଣି ଧରିଥିଲେ । ଟ୍ରାଫିକ୍ ପୋଲିସ୍ ପହଞ୍ଚି ତୁରନ୍ତ ରେଲିଂ ଡେଇଁ ମହିଳାଙ୍କୁ ସୁରକ୍ଷିତ ଭାବେ ବ୍ରିଜ ଉପରକୁ ଆଣିଥିଲେ । ଘଟଣା ପରେ ତୁରନ୍ତ ମହିଳାଙ୍କୁ ନିକଟସ୍ଥ ପୋଲିସ୍ ଷ୍ଟେସନକୁ ନିଆଯିବା ସହ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିଲା । ପରିବାର ସଦସ୍ୟ ପହଞ୍ଚି ମହିଳାଙ୍କୁ ନେବା ସହ ତାଙ୍କ ମାନସିକ ଭାର ସାମ୍ୟ ଠିକ୍ ରହୁ ନଥିବା କହିଥିଲେ।