କଳାହାଣ୍ଡି ୦୯।୦୨ : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗାପଦର ଗାଁରେ ଅଭାବନୀୟ ଘଟଣା । ଘର ମୁରବୀଙ୍କୁ ମାରି ପୋତିଦେଲେ ସ୍ତ୍ରୀ, ପୁଅ ଏବଂ ଜ୍ୱାଇଁ । ମୃତକ ମୁନୁଗାପଦର ଗାଁର ଯଦୁ ଦଳପତି ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ମୁନୁଗାପଦର ଗାଁର ଯଦୁ ଦଳପତିଙ୍କୁ ତାଙ୍କ ସ୍ତ୍ରୀ ରୁକ୍ମଣୀ ଦଳପତି, ଦୁଇ ପୁଅ ଧନେଶ୍ୱର ଦଳପତି ଓ ଫକୀର ଦଳପତି, ଜ୍ୱାଇଁ କ୍ଷୀରସିନ୍ଧୁ ନାଗ ଘର ବାରିରେ ପୋତି ଦେଇଥିଲେ । ଯାହା ସଂପର୍କରେ ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ଯଦୁ ଦଳପତିଙ୍କ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ସ୍ତ୍ରୀ ରୁକ୍ମଣୀ ଦଳପତି, ସାନ ପୁଅ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗକୁ ଥାନାକୁ ଆଣି ଅଟକ ରଖିଛି ପୋଲିସ । ହତ୍ୟା ସଂପର୍କରେ ଅଧିକ ତଥ୍ୟ ଲାଗି ପୋଲିସ ସମସ୍ତଙ୍କୁ ଜେରା ମଧ୍ୟ କରୁଛି ।