ନୂଆଦିଲ୍ଲୀ: ମହାକାଶରେ ନୂଆ ଦାନବ । ପୃଥିବୀ ବଞ୍ଚିଗଲା, ଚନ୍ଦ୍ର ପାଇଁ ବଢ଼ିଲା ବିପଦ । ନୀଳ ଗ୍ରହ ପୃଥିବୀ ଉପରେ ପ୍ରଳୟଙ୍କାରୀ କ୍ଷୁଦ୍ରଗ୍ରହର ବିପଦ ଟଳି ଯାଇଛି, ହେଲେ ଏହି ବିପଦ ଚନ୍ଦ୍ର ଉପରେ ଘନଉଛି । 2024-YR4 ନାମକ ଆଷ୍ଟ୍ରୋଏଡ୍ ଏବେ ଚନ୍ଦ୍ର ଆଡ଼କୁ ଗତି କରୁଛି । ଏହି ‘ସିଟି କିଲିର’ ଜହ୍ନ ସହିତ ଧକ୍କା ହେଲେ କୌଣସି ସେଠାରେ ବଡ଼ ଗର୍ତ ସୃଷ୍ଟି ହେବା ବୋଲି କୁହାଯାଉଛି । ପୂର୍ବରୁ ବୈଜ୍ଞାନିକ ମାନେ ଅନୁମାନ କରୁଥିଲେ ଯେ, ଏହି କ୍ଷୁଦ୍ରଗ୍ରହ ବା ଗ୍ରହାଣୁ ୨୦୨୩ ସୁଦ୍ଧା ପୃଥିବୀକୁ ଧକ୍କା ଦେବାର ୩ ପ୍ରତିଶତ ଆଶଙ୍କା ରହିଥିଲା । ମାତ୍ର କିଛି ସପ୍ତାହ ପୂର୍ବରୁ ଆସିଥିବା ନୂଆ ରିପୋର୍ଟରେ ଏହି ପ୍ରତିଶତକୁ ୦.୨୮%କୁ ହ୍ରାସ ହୋଇଛି । ମହାକାଶ ବୈଜ୍ଞାନିକଙ୍କ ଗଭୀର ବିଶ୍ଳେଷଣରୁ ଜଣାପଡ଼ିଛି କ୍ଷୁଦ୍ରଗ୍ରହ ପୃଥିବୀ ବଦଳରେ ଏବେ ଚନ୍ଦ୍ର ଆଡ଼କୁ ଗତି କରିବାରେ ଲାଗିଛି ।
ଚନ୍ଦ୍ର ଉପରେ ବଢ଼ୁଛି ବିପଦ ?
ନ୍ୟୁ ସାଇଣ୍ଟିଷ୍ଟ ରିପୋର୍ଟ ମୁତାବକ, ଖଗୋଳଶସ୍ତ୍ରୀ ଏଣ୍ଡ୍ରିୟୁ ରିଭିକିନ ଚେତାବନୀ ଦେଇ କହିଛନ୍ତି, 2024-YR4 ନାମକ ଅଷ୍ଟ୍ରୋଏଡ୍ ୨୦୨୩ରେ ଚନ୍ଦ୍ରକୁ ଧକ୍କା ଦେବାର ୨ ପ୍ରତିଶତ ସମ୍ଭାବନା ବଢ଼ିଯାଇଛି । ପୂର୍ବରୁ ନାସା ଦ୍ବାରା ୧.୭ ପ୍ରତିଶତ ଚନ୍ଦ୍ରପୃଷ୍ଠରେ ପଡ଼ିବା ନେଇ ଅନୁମାନ କରାଯାଥିଲା । ମାତ୍ର ସମାନ୍ୟ ନ୍ୟୁ ସାଇଣ୍ଟିଷ୍ଟ ରିପୋର୍ଟରେ ଏହି ସମ୍ଭାବନା ସମାନ୍ୟ ବଢ଼ିଯାଇଛି । ତେଣୁ ଏହାକୁ ବୈଜ୍ଞାନିକ ମାନେ ଗମ୍ଭୀରତାର ସହିତ ନେଇଛନ୍ତି ।
ଚନ୍ଦ୍ରକୁ ଧକ୍କା ଦେଲେ କ’ଣ ହେବ?
ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି ଏହି ଗ୍ରହାଣୁ ପୃଥିବୀର ଏକ ମାତ୍ର ଉପଗ୍ରହ ଚନ୍ଦ୍ରକୁ ଧକ୍କା ଦିଏ, ତେବେ ମହାକାଶରେ ବଡ଼ ବିସ୍ଫୋରଣ ହେବ । ଚନ୍ଦ୍ରପୃଷ୍ଠରେ ଏହି ଗ୍ରହାଣୁ ପଡ଼ିବା ଦ୍ବାରା ଏକ ବିଶାଳ ଗର୍ତ ସୃଷ୍ଟି ହେବ । ଏହା ଅରବ ବର୍ଷ ପୂର୍ବରୁ ମଧ୍ୟ ହୋଇଛି । ଅମେରିକୀୟ ମ୍ୟୁଜିୟମ ଅଫ୍ ନେଚୁରାଲ୍ ହିଷ୍ଟ୍ରୀ ଅନୁଯାୟୀ, ପୂର୍ବରୁ ପୃଥିବୀ ଓ ଚନ୍ଦ୍ର ଉପରେ ଗ୍ରହାଣୁ ମାଡ଼ ହେବା ସାଧାରଣ କଥା ଥିଲା । ମାତ୍ର ଏହି ଘଟଣା ଏବେ ଦୁର୍ଲଭ ହୋଇଯାଇଛି । ୨୦୨୫ରେ ମେ’ ମାସରେ ନାସା ବୈଜ୍ଞାନିକ ମାନେ ଜେମ୍ସ ବେବ ସ୍ପେସ୍ ଟେଲିସ୍କୋପ ଦ୍ବାରା ଏହି ଆଷ୍ଟ୍ରୋଏଡ ଉପରେ ପୁଣି ଥରେ ଅନୁଧ୍ୟାନ କରିବେ । ଏହାର ପରେ ଏହି ଗ୍ରହାଣୁ ସୌରଜଗତର ବାହାରକୁ ଚାଲିଯିବ ।