ନବୀନ ପଟ୍ଟନାୟକ ଶୃଙ୍ଖଳିତ ଓ ବିଜେଡିର ସମସ୍ତ ନେତା ଓ କର୍ମୀ ବି ଶୃଙ୍ଖଳିତ

Published By : Prameya-News7 Bureau | May 23, 2025 IST

ଭୁବନେଶ୍ବର ବିଜୁ ଜନତା ଦଳର ନୂଆ ନୂଆ ଶୃଙ୍ଖଳା କମିଟି ଗଠନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶୃଙ୍ଖଳା କମିଟି ସଦସ୍ୟ ପ୍ରଦୀପ ଅମାତ । ସେ କହିଛନ୍ତି, ବିଜେଡିର ସମ୍ବିଧାନର ବିଧିବ୍ୟବସ୍ଥା ଅନୁସାରେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଶୃଙ୍ଖଳା କମିଟି ଗଠନ କରିଛନ୍ତି । ଏହି କମିଟି ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବ । ଏହାର ପରିଚାଳନା ଦଳୀୟ ସଭାପତିଙ୍କ ନିର୍ଦ୍ଦେଶରେ ହେବ । ନବୀନ ପଟ୍ଟନାୟକ ଶୃଙ୍ଖଳିତ ଓ ବିଜେଡିର ସମସ୍ତ ନେତା ଓ କର୍ମୀ ବି ଶୃଙ୍ଖଳିତ ବୋଲି ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ପ୍ରଦୀପ ଅମାତ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସାଂଗଠନିକ ଟିମ୍ ପରେ ଏବେ ନୂଆ ଶୃଙ୍ଖଳା କମିଟି ଗଠନ କରିଛି ବିଜୁ ଜନତା ଦଳ । ଏହି ଶୃଙ୍ଖଳା କମିଟିରେ ରହିଛି ୭ ଜଣଙ୍କ ନାଁ । ସେମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ, ଚନ୍ଦ୍ରଶେଖର ସାହୁ, ରାଜଶ୍ରୀ ମଲ୍ଲିକ, ସାରଦା ପ୍ରସନ୍ନ ଜେନା, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର ।

ପୂର୍ବରୁ ମେ’ ୫ ତାରିଖରେ ଦଳ ଏହାର ନୂଆ ସାଂଗଠନିକ ଟିମ୍ ଗଠନ କରିଥିଲା । ଏଥିରେ ୧୫ ଉପସଭାପତି, ୨୦ ବରିଷ୍ଠ ସାଧାରଣ ସଂପାଦକ ଓ ୩୫ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଥିଲା । ସୁବାସ ସିଂଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଥିଲା । ଏସବୁ ପଦରେ ନେତାମାନଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ କରିଥିଲେ । ପ୍ରଥମ ଥର ବିଜେଡିରେ ସଂଗଠନ ସଂପାଦକ ପଦବୀ କରାଯାଇଥିଲା ।

ଏହା ପୂର୍ବରୁ ବିଜେଡିର ନୂଆ ସାଂଗଠନିକ ଟିମ୍ ଗଠନ ହୋଇଥିଲା । ଦଳରେ ୧୫ ଉପସଭାପତି, ୨୦ ବରିଷ୍ଠ ସାଧାରଣ ସଂପାଦକ ଓ ୩୫ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଥିଲା । ସୁବାସ ସିଂଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଥିଲା । ପ୍ରଥମ ଥର ବିଜେଡିରେ ସଂଗଠନ ସାଂପାଦକ ପଦବୀ କଟାଯାଇଥିଲା ।

୧୫  ଉପସଭାପତି

ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ନିଯୁକ୍ତ କରାଯାଇଥିଲା। ବରିଷ୍ଠ ଉପସଭାପତି ଭାବେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ଵ ମିଳିଛି । ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ଵ ଦିଆଯାଇଛି । ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବି ନାରାୟଣ ନନ୍ଦ, ଅଶ୍ଵିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଓ ସାରଦା ନାୟକଙ୍କ ନାଁ ସାମିଲ ।

୨୦ ବରିଷ୍ଠ ସାଧାରଣ ସଂପାଦକ ଭାବେ କଳିକେଶ ନାରାୟଣ ସିଂ ଦେଓ, ପ୍ରୀତିରଞ୍ଜନ ଘଡ଼େଇ, ଟୁକୁନୀ ସାହୁ, ଦିବ୍ୟଶଙ୍କର ମିଶ୍ର, ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ବ୍ୟୋମକେଶ ରାୟ, ମାନସ ମଙ୍ଗରାଜ, ରାଜଶ୍ରୀ ମଲ୍ଲିକଙ୍କୁ ସ୍ଥାନ ମିଳିଛି । ୩୫ ସାଧାରଣ ସଂପାଦକ ତାଲିକାରେ ତୁଷାରକାନ୍ତି ବେହେରା, ସୌଭିକ ବିଶ୍ଵାଳ, ସାରଦା ଜେନା, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ,ଦୀପାଳି ଦାସ, ମନ୍ମଥ ରାଉତରାୟ ଆଦିଙ୍କୁ ସ୍ଥାନ ମିଳିଛି।

You Can Read:

ଭଉଣୀକୁ ଶାଶୁଘରେ ଛାଡିବାକୁ ଆସିଥିଲେ, ପୋଖରୀରେ ବୁଡ଼ି ନାବାଳକ ଭାଇର ମୃତ୍ୟୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.