ଏଲପିଜି ଶସ୍ତା ପରେ ମୋଦୀ ସରକାର ଦେବାକୁ ଯାଉଛନ୍ତି ଆଉ ଏକ ଉପହାର, ମଧ୍ୟବିତ୍ତଙ୍କୁ ହେବ ଲାଭ

Published By : Prameya-News7 Bureau | September 25, 2023 IST

ନୂଆଦିଲ୍ଲୀ: ମୋଦୀ ସରକାର ଆଣୁଛନ୍ତି ନୂଆ ଯୋଜନା। ମଧ୍ୟବିିତ୍ତକୁ ହେବ ଲାଭ। ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡର ଦାମ୍‌ରେ ୨୦୦ ଟଙ୍କା ଛାଡ଼ କରିଛନ୍ତି । ଆଉ ଏବେ ମଧ୍ୟବିତ୍ତଙ୍କୁ ନୂଆ ଉପହାର ଦେବାକୁ ପ୍ରସ୍ତୁତି କରୁଛନ୍ତି।ପ୍ରକୃତରେ କେନ୍ଦ୍ର ସରକାର ସହରୀ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏକ ନୂଆ ଆବାସ ଯୋଜନା ଆଣୁଛନ୍ତି। ଏହା ଅନୁଯାୟୀ ଲୋଙ୍କ ବ୍ୟାଙ୍କ୍‌ରୁ ଋଣ ଉପରେ ବଡ଼ ଆଶ୍ବସ୍ତି ଦିଆଯିବ।

ଏଥିପାଇଁ ସରକାର ଆସନ୍ତା ୫ବର୍ଷରେ ୬୦୦ ଅରବ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରୁଛନ୍ତି। ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ ଲାଲ କିଲ୍ଲାରୁ ଏହି ଯୋଜନା ନେଇ କହିଥିଲେ। ତେବେ ବର୍ତ୍ତମାନର ରିପୋର୍ଟ ଅନୁଯାୟୀ, ଏହି ନୂଆ ଯୋଜନାରେ ବାର୍ଷିକ ୩-୬.୫% ପର୍ଯ୍ୟନ୍ତ ସୁଧରେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ୨୦ ବର୍ଷର ଅବଧି ପାଇଁ ନିଆଯାଇଥିବା ୫୦ ଲକ୍ଷ ଟଙ୍କାରୁ କମ୍ ଗୃହ ଋଣ ଏହି ଯୋଜନା ଅନ୍ତର୍ଭୁକ୍ତ ରହିବ।

ଆହୁରି ପଢ଼ନ୍ତୁ: ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ରର ଅନୁମୋଦନ, କୌଳିକ ବୃତ୍ତିକୁ ମିଳିବ ପ୍ରୋତ୍ସାହନ, କମ ସୁଧରେ ମିଳିବ ଋଣ

ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ସୁଧ ଛାଡ଼ ହିତାଧିକାରୀଙ୍କ ହୋମ୍‌ ଲୋନ ଆକାଉଣ୍ଟରେ ଆଡଭାନ୍ସ ଭାବରେ ଜମା କରାଯିବ। ଏହି ଯୋଜନା ୨୦୨୮ ପର୍ଯ୍ୟନ୍ତ ଲାଗୁ କରାଯିବ। ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଯୋଜନାରେ ସହରୀ କ୍ଷେତ୍ରରେ କମ୍ ଆୟ କରୁଥିବା ସମୂହରେ ୨.୫ ମିଲିୟନ ଋଣ ଆବେଦକଙ୍କୁ ଲାଭ ହେବ।

ଅବଶ୍ୟ ଗୃହ ଏବଂ ସହରୀ ବିକାଶ ମନ୍ତ୍ରାଳୟ ଏବଂ ଅର୍ଥ ମନ୍ତ୍ରାଳୟ ଏହା ଉପରେ ପ୍ରତିକ୍ରିୟା ମିଳିନାହିଁ । ଦୁଇ ବ୍ୟାଙ୍କ୍ ଅଧିକାରୀ କହିଛନ୍ତି ଏହି ଯୋଜନାକୁ ନେଇ ବ୍ୟାଙ୍କ୍‌ମାନଙ୍କର ଖୁବ୍‌ଶୀଘ୍ର ସରକାରୀ ଅଧିକାରୀଙ୍କ ସହ ବୈଠକ ହେବାର ସମ୍ଭାବନା ରହିଛି । ସୂଚନା ଅନୁଯାୟୀ, ବ୍ୟାଙ୍କ୍‌ ଲାଭାର୍ଥୀଙ୍କୁ ଚିହ୍ନଟ କରିବା ଆରମ୍ଭ କରିଦେଇଛି।

ଆହୁରି ପଢ଼ନ୍ତୁ: ସ୍ୱାଧୀନତା ଦିବସ ଅବସରରେ ବିଶ୍ୱକର୍ମା ଯୋଜନାର ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିବ ଫାଇଦା

ସୂଚନାଥାଉକି, ଚଳିତ ବର୍ଷ ଶେଷ ବେଳକୁ ପ୍ରମୁଖ ରାଜ୍ୟରେ ନିର୍ବାଚନ ହେବାର ଅଛି। ଏହା ବ୍ୟତୀତ ଲୋକସଭା ନିର୍ବାଚନ ମଧ୍ୟ ରହିଛି। ଏହା ପୂର୍ବରୁ ସରକାର ଭିନ୍ନ ଭିନ୍ନ ବର୍ଗଙ୍କ ପାଇଁ ଅନେକ ଉପହାର ଦେଉଛନ୍ତି। ନିକଟରେ ବିଶ୍ବକର୍ମା ଯୋଜନା ଆରମ୍ଭ କରାଯାଇଛି। ସେହିଭଳି ଦରବୃଦ୍ଧିକୁ ଲଗାମ ଲଗାଇବା ପାଇଁ ଘରୋଇ ଗ୍ୟାସ୍‌ର ଦାମ୍‌ରେ ପ୍ରାୟ ୧୮ ପ୍ରତିଶତ କାଟ୍‌ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.