ବ୍ରହ୍ମପୁର ୪।୬: ଆସିଲେନି ନିଶା ମହାରଣା, ଉଡ଼ିଲା ଚେୟାର । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ନିକଟ ଆଙ୍କୁଶପୁରରେ । ମା’ ଦକ୍ଷିଣକାଳୀ ଯାତ୍ରା କମିଟି ପକ୍ଷରୁ ଏକ ଅପେରା ଆୟୋଜିତ କରାଯାଇଥିଲା । ମଉଡମଣୀ ଗୌରୀ ଗଣନାଟ୍ୟରେ ନିଶା ଆସିବା ନେଇ ସାମାଜିକ ଗଣମାଧ୍ୟମରେ ଭିଜୁଆଲ ଭାଇରାଲ୍ ହେବା ପରେ ସୋମବାର ରାତିରେ ଦର୍ଶକମାନେ ଅଧିକ ଉତ୍ସାହିତ ହୋଇ ଗଣନାଟ୍ୟକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଦର୍ଶକ ଅପେକ୍ଷା କରିଥିଲେ ମଧ୍ୟ ନିଶା ମହାରଣା ନଆସିବାରୁ ଦର୍ଶକ ମାନେ ତାଣ୍ଡବ ଆରମ୍ଭ କରିଥିଲେ । ଷ୍ଟେଜ ଉପରକୁ ଚେୟାର ଫୋପାଡ଼ିଥିଲେ । ହୋହଲ୍ଲା ମଧ୍ୟ କରିଥିଲେ । ଏମିତିକି ଅଧାରୁ ନାଟକ ନଦେଖି ବାହାରକୁ ପଳାଇଥିଲେ ଦର୍ଶକ । ଅପେରା ମଧ୍ୟ ଅଧାରୁ ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା । ଦର୍ଶକ ମାନଙ୍କ ଅସନ୍ତୋଷ ପରେ ଅପେରା ବନ୍ଦ କରିବାକୁ ବାଧ୍ୟ ହୋଇଥିଲା ଯାତ୍ରା କମିଟି ।
You Can Read:
ପୂର୍ବ ଶତ୍ରୁତାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର