ନୂଆଦିଲ୍ଲୀ ୭।୧୧: ୱିକିମିଡିଆ ଫାଉଣ୍ଡେସନ (ଡବ୍ଲୁଏଫ)କୁ ଗତ ଦୁଇ ଦିନରେ ଭାରତ ସରକାରଙ୍କଠାରୁ କୌଣସି ଅଧିକାରିକ ନୋଟିସ୍ ମିଳି ନାହିଁ। ସଂସ୍ଥାର ମୁଖପାତ୍ର ଗୁରୁବାର ଏହା କହିଛନ୍ତି। ସମାଚାର ଏଜେନ୍ସୀ ଏଏନଆଇ, ପିଟିଆଇ ଓ ଅନ୍ୟଙ୍କ ଦ୍ୱାରା ସରକାରୀ ସୂତ୍ର ଅନୁସାରେ କରାଯାଇଥିବା ରିପୋର୍ଟ ପରେ ମୁଖପାତ୍ର ଏହି ବୟାନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୱିକିପିଡିଆକୁ ତାର ଆର୍ଟିକଲରେ ଅଶୁଦ୍ଧି ଓ ପାତର ଅନ୍ତରକୁ ନେଇ ନୋଟିସ କରାଯାଇଛି।
ୱିକିପିଡିଆ ମୁଖପାତ୍ର ଏକ ବୟାନରେ କହିଛନ୍ତି ଯେ ‘ୱିକି ମିଡିଆର ସଞ୍ଚାଳନ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ୱିକିମିଡିଆ ଫାଉଣ୍ଡେସନକୁ ଗତ ୨ ଦିନରେ ସମ୍ପାଦନା ପ୍ରଥା ଅଥବା ୱିକିପିଡିଆରେ ସାମଗ୍ରୀର ସଠିକତା ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀକ ନୋଟିସ୍ ମିଳି ନାହିଁ’। ସେ କହିଛନ୍ତି ସ୍ୱେଛାସେବୀ ୱିକିମିଡିଆ ବିଶ୍ୱସନୀୟ ସମ୍ବାଦ ସ୍ରୋତ ଓ ଅନ୍ୟ ପ୍ରତିଷ୍ଠିତ ବାହାର ପ୍ରକାଶନଙ୍କଠାରୁ ସାବଧାନତା ପୂର୍ବକ ସୂଚନା ଏକତ୍ର କରନ୍ତି ଓ ସାଇଟରେ ସେ ମୂଳ ସାମଗ୍ରୀକୁ ସଂଯୁକ୍ତ କରନ୍ତି ନାହିଁ।
ଏହି ଦୃଷ୍ଟିକୋଣ ୱିକିପିଡିଆ ବିଶ୍ୱସନୀୟ ସ୍ରୋତରୁ ସୂଚନା ସଂକଳିତ କରୁଥିବା ସୁନିଶ୍ଚିତ କରିଥାଏ। ଆର୍ଟିକଲ ପୃଷ୍ଠାରେ ସବୁ ସ୍ରୋତର ଉଲ୍ଲେଖ ଥାଏ, ଯାହା ପାରଦର୍ଶିତା ପ୍ରତି ଆମର ପ୍ରତିବଦ୍ଧତାକୁ କାୟମ ରଖିଥାଏ। ମୁଖପାତ୍ରଙ୍କ ଅନୁସାରେ ପ୍ରତି ମାସରେ ୮୫୦ ନିୟୁତରୁ ଅଧିକ ଭାରତୀୟ ଏହି ସାଇଟକୁ ଆସନ୍ତି, ଯାହା ବିଶ୍ୱର ପଞ୍ଚମ ସର୍ବାଧିକ ସାଇଟ୍ ଭିଜିଟ୍। ବୟାନରେ କୁହଯାଇଛି ଯେ ‘ବିଶ୍ୱ ସ୍ତରରେ ୨ଲକ୍ଷ ୬୦ ହଜାରରୁ ଅଧିକ ସ୍ୱୟଂ ସେବାକ ସାଇଟରେ ସାମଗ୍ରୀର ଯୋଗାନ କରୁଛନ୍ତି। ଏଥିରେ ଉଲ୍ଲେଖ କରାଯାଇ ପାରେ ଯେ ଭାରତୀୟ ୱିକିପିଡିଆ ସମ୍ପାଦକଙ୍କୁ ଲଗାତାର ବିଶ୍ୱସ୍ତରରେ ଗୋଟିଏ ଦେଶରୁ ଯୋଗଦାନ ଦେଉଥିବା ଶୀର୍ଷ ସମ୍ପାଦକଙ୍କ ମଧ୍ୟରେ ଅନ୍ୟତମ ଭାବେ ସ୍ଥାନ ଦିଆଯାଏ’।
‘ୱିକିପିଡିଆ ଆର୍ଟିକଲକୁ ଏହାର ସମ୍ପାଦକୀୟ ନୀତି ଅନୁସାରେ ନିରପେକ୍ଷ ଦୃଷ୍ଟିକୋଣ ବଜାୟ ରଖିବା ଆବଶ୍ୟକ। ଅନେକ ପୃଷ୍ଠଭୂମି ଓ ରାଜନୈତିକ ବିଚାରର ସ୍ୱୟଂସେବକ ୱିକିପିଡିଆ ସମ୍ପାଦିତ କରିଥାନ୍ତି। ଏହି ମଡେଲ ଏହି କଥାକୁ ପୁଷ୍ଟି କରିଥାଏ ଯେ ୱିକିପିଡିଆର ଆର୍ଟିକଲ କୌଣସି ଏକ ନିର୍ଦ୍ଧିଷ୍ଟ ଦୃଷ୍ଟିକୋଣ ବଦଳେ କୌଣସି ବିଷୟରେ ଜ୍ଞାନର ବ୍ୟାପକ ଦୃଷ୍ଟିକଣ ପ୍ରସ୍ତୁତି କରିଥାଏ’। ତେବେ ଏଠାରେ ଧ୍ୟାନଯୋଗ୍ୟ ବିଷୟ ହେଉଛି ଯେ ୱିକିଫାଉଣ୍ଡେସନର ଭାରତରେ କୌଣସି ଭୌତିକ ଉପସ୍ଥିତି ନାହିଁ।