ବିଶ୍ୱର ପ୍ରଥମ ପବ୍ଲିକ୍ କମ୍ପାନୀ ଭାବେ ୪ ଟ୍ରିଲିଅନ ମାର୍କେଟ୍ କ୍ୟାପ୍ ହାସଲ କଲା ଏନ୍‌ଭିଡିଆ

Published By : Prameya-News7 Bureau | July 09, 2025 IST

internet

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଟେକ୍ନୋଲୋଜୀ କମ୍ପାନୀ ଏନ୍‌ଭିଡିଆର ଷ୍ଟକ୍‌ରେ ବୁଧବାର ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଫଳରେ ଏନ୍‌ଭିଡିଆ କର୍ପର ମାର୍କେଟ କ୍ୟାପ୍‌ ୪ ଟ୍ରିଲିୟନ ଡଲାରର ହୋଇଛି। ଇତିହାସର ପ୍ରଥମ ପବ୍ଲିକ୍ ଟେକ୍ନୋଲୋଜୀ କମ୍ପାନୀ ହିସାବରେ ଏନଭିଡିଆ ଏହି ସଫଳତା ହାସଲ କରିଛି। 

ବର୍ତ୍ତମାନ ଏଆଇ ଟେକ୍ନୋଲୋଜୀ ଚାହିଦା ବୃଦ୍ଧି ପାଇବା ଯୋଗୁ ଏହି ଚିପ୍ ଡିଜାଇନର କମ୍ପାନୀର ସେୟାର ପ୍ରାୟ ୨.୪% ବୃଦ୍ଧି ପାଇ ୧୬୪ଡଲାରରେ ପହଞ୍ଚିଛି। ଏନଭିଡିଆର ଚିପ୍ସ ଏବଂ ଏହାର ସଫ୍ଟୱେର୍କୁ ଭବିଷ୍ୟତରେ ବିଶ୍ୱ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସସ ପ୍ରଡକ୍ଟ ନିର୍ମାଣ କରିବାରେ ଏକ ବଡ଼ ଲିଡର ଭାବରେ ଦେଖାଯାଉଛି।  

ଜୁନ୍ ୨୦୨୩ରେ ଏନ୍‌ଭିଡିଆ ପ୍ରଥମ ଥର ପାଇଁ ୧ ଟ୍ରିଲିଅନ ବଜାର ମୂଲ୍ୟ ହାସଲ କରିଥିଲା ଏବଂ ଏହାର ବଜାର ମୂଲ୍ୟ ସହ ସେୟାରର ମୋଟ ମୂଲ୍ୟ  ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ତିନିଗୁଣରୁ ଅଧିକ ବୃଦ୍ଧି ପାଇଥିଲା। ଯାହା ଆପଲ ଏବଂ ମାଇକ୍ରୋସଫ୍ଟର ଅଭିବୃଦ୍ଧିକୁ ମଧ୍ୟ ପଛରେ ପକାଇ ଦେଇଛି। ଆପଲ ପ୍ରଥମ ଆମେରିକୀୟ କମ୍ପାନୀ ଭାବେ ୨୦୨୨ରେ ୩ ଟ୍ରିଲିଅନର ମାର୍କେଟ୍ ଭାଲ୍ୟୁ ହାସଲ କରିଥିଲା।

ଏନ୍‌ଭିଡିଆ ପରେ ମାଇକ୍ରୋସଫ୍ଟ ହେଉଛି ଦ୍ୱିତୀୟ ବୃହତ୍ତମ ଆମେରିକୀୟ କମ୍ପାନୀ, ଯାହାର ବଜାର ମୂଲ୍ୟ ପ୍ରାୟ ୩.୭୫ ଟ୍ରିଲଅନ ଡଲାର ରହିଛି। ଏନଭିଡିଆର ମୂଲ୍ୟ ୱାଲ ଷ୍ଟ୍ରିଟ୍ ବେଞ୍ଚମାର୍କ ଏସଆଣ୍ଡ ପି ୫୦୦ ସେୟାରର ୭.3% ସହ ସମାନ। ଆପଲ୍ ଏବଂ ମାଇକ୍ରୋସଫ୍ଟ ଯଥାକ୍ରମେ ପ୍ରାୟ ୭% ଏବଂ ୬% ଅଂଶୀଦାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.