ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ, ଅନୁଜ କୁମାର ଦାସ ପଟ୍ଟନାୟକ I & PR ନିର୍ଦ୍ଦେଶକ

Published By : Prameya-News7 Bureau | May 23, 2025 IST

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପିଏମ୍ ପୋଷଣ ଓ ଏମ୍‌ଏମ୍ ପୋଷଣର ନୋଡାଲ୍ ଅଫିସର ଥିବା ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପିଏମ୍ ପୋଷଣ ଓ ଏମଏମ୍ ପୋଷଣର ରାଜ୍ୟ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି ।

ନୂତନ ନିଯୁକ୍ତିରେ ଟାଙ୍ଗୀର ପୂର୍ବତନ ତହସିଲଦାର ମିତାଲି ପାତ୍ରଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଆଡମିନିଷ୍ଟ୍ରେଟିଭ୍ ଅଫିସର କରାଯାଇଛି । ସେହିପରି ଗୁଣୁପୁର ଆଇଟିଡିଏ ପିଏ (ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସାର୍ବଜନୀନ ବ୍ୟାପାର) ଥିବା ଓଏଏସ୍ ଅଜୟ କୁମାର ପ୍ରଧାନଙ୍କୁ ରାୟଗଡ଼ା ଆଇଟିଡିଏ ପିଏ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.