ସଂଘର୍ଷର ଏକ ଭିନ୍ନ କାହାଣୀ କହିବ‘ଆଭା’,ସମସ୍ତଙ୍କ ମନକୁ ଛୁଇଁବା ନେଇ ଆଶାବାଦୀ ପୁରା ଟିମ୍‌

Published By : Prameya-News7 Bureau | September 10, 2024 IST

ଭୁବନେଶ୍ବର ୧୦/୯: ଆସନ୍ତା ୧୩ରେ ସାରା ଓଡିଶାରେ ରିଲିଜ ହେଉଛି ନୂଆ ଓଡ଼ିଆ ଫିଲ୍ମ ‘ଆଭା’ ।  ଓମ୍ ବାବା ପ୍ରଡ଼କସନ୍ସ ଦ୍ବାରା ନିର୍ମିତ ଫିଲ୍ମ ଆଭା’ର ସେନସର ହୋଇ ଅନକଟ୍ ଓ‌ ୟୁ ସାର୍ଟିଫିକେଟ ମିଳିବା ପରେ ରିଲିଜ ଡେଟ୍‌ ଫାଇନାଲ ହୋଇଛି । ଜଣେ ଦିବ୍ୟାଙ୍ଗ ନାରୀର କାହାଣୀକୁ ନେଇ ନିର୍ମାଣ ହୋଇଛି ଆଭା’। ଆଭା ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଦିବ୍ୟାଙ୍ଗ ଝିଅ l ଦିବ୍ୟାଙ୍ଗ ହେଲେ ମଧ୍ୟ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ତାହା ସମାଜକୁ ଶିକ୍ଷା ଦେଇଛି ଆଭା । 

ଫିଲ୍ମରେ ଆଭା ଭୂମିକାକୁ ନିଖୁଣ ଭାବରେ ଫୁଟାଇଛନ୍ତି ନବାଗତା ସୋନା ମଲ୍ଲିକ । ତାଙ୍କ ସହ ଅଭିନେତ୍ରୀ ଅନୁ ଚୌଧୁରୀ,କେଦାର ମିଶ୍ର, ଶ୍ଵେତା ଆଚାର୍ଯ୍ୟ, ଵିଶାଲ ସାହୁ ସମେତ ଆହୁରି ଅନେକ ତାରକା । ଫିଲ୍ମଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗାଁର ଜଙ୍ଗଲ ଘେରା ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି । ୪୨ ଡିଗ୍ରୀ ତାପମାତ୍ରାରେ, ସମସ୍ତ ଟେକ୍ନିସିଆନ ନୂତନ ଧରଣର ଫିଲ୍ମ ନିର୍ମାଣ କରିବା ପାଇଁ ଚେଷ୍ଟା କରିଛନ୍ତି l ଏହି ଫିଲ୍ମଟି ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ବାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଫିଲ୍ମଟି ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜରେ ସୁପ୍ରଭାବ ପକାଇବ ବୋଲି ନିର୍ମାତା ଓ ନିର୍ଦ୍ଦେଶକ ଆଶା ରଖିଛନ୍ତି । ‘ଆଭା’ର  ପ୍ରଯୋଜନା ଦାୟିତ୍ବରେ ପ୍ରବୀର ମହାପାତ୍ର । କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ପଲ୍ଲବ ରୟ l ସଂଳାପ ଲେଖିଛନ୍ତି ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ । ଚିତ୍ରୋତ୍ତଳନରେ ଚିତ୍ତରଞ୍ଜନ ବିଶ୍ବାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର l କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସତ୍ୟ ପ୍ରକାଶ ସାହୁ । କ୍ରିଏଟିଭ ହେଡ୍‌ ଦାୟିତ୍ଵରେ ଅଛନ୍ତି ପ୍ରଣୟ ଜେଠୀ । 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.