ପାଟଣା ୧୪।୧: କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ଣ୍ଣତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ । ବୁଡ଼ ପକାଇବା ପରେ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି ।
ତେବେ ମଙ୍ଗଳବାର ଠାରୁ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ସୁପର କିଙ୍ଗ ଏୟାର ସି ୯୦ ଇଜେଜେଡ ଏୟାରକ୍ରାଫ୍ଟ ଯୋଗେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍ରେ ଅବତରଣ କରିଥିଲେ । ଏହା ପରେ ସଡକ ପଥରେ ପାଟଣା ଯାଇ ସେଠାରେ ପୂର୍ଣ୍ଣତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଇ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିର ପୂଜାର୍ଚ୍ଚନା କରିଛନ୍ତି । ପାଟଣା ସ୍ଥିତ ହରି ମହନ୍ତଙ୍କ ଘରେ କିଛି ସମୟ ବିତାଇବା ପରେ ସଡକ ପଥରେ କେନ୍ଦୁଝର ଫେରି ସର୍କିଟ ହାଉସରେ ପହଞ୍ଚି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ଝୁମ୍ପୁରା ଦେଇ ନିଜ ଗ୍ରାମ ରାଇକଳାକୁ ଗସ୍ତ କରିବେ । ସେଠାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସର୍କିଟ୍ ହାଉସରେ ରାତ୍ରୀଯାପନ କରିବେ ।
ବୁଧବାର ଦିନ ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ସାମାଜିକ ସୁରକ୍ଷା ଯୋଜନାର କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବେ । ଏହାପରେ ଅପରାହ୍ନରେ ବଡ଼ବିଲ ଅଭିମୁଖେ ଯାତ୍ରା କରିବେ । ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏକ ପ୍ରାର୍ଥନା ହଲ୍କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ପରେ ବଡ଼ବିଲ ମହୋତ୍ସବର ରୌପ୍ୟଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ଓଏମ୍ସି ଅତିଥି ଭବନରେ କେତେକ କାର୍ଯ୍ୟର ସମୀକ୍ଷା କରିବା ପରେ କେନ୍ଦୁଝର ଅଭିମୁଖେ ସଡ଼କପଥରେ ଯାତ୍ରା କରିବେ ।
ଗୁରୁବାର ଝୁମ୍ପୁରା ବ୍ଲକ୍ର ବାଲିବନ୍ଧ ଗ୍ରାମର ମହେନ୍ଦ୍ର ପଟ୍ଟନାୟକଙ୍କ ମା’ଙ୍କ ଏକାଦଶାହରେ ଯୋଗଦେଇ ପୂର୍ବାହ୍ନରେ ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ନିକଟକୁ ପହଞ୍ଚିଛି । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥାର ଆୟୋଜନ କରାଯାଇଛି ।
You Can Read:
କଂସେଇଖାନାରେ ଗୋ-ହତ୍ୟା, ଗୋରୁ ଓ ଗୋମାଂସ ଚାଲାଣ ଅଭିଯୋଗ : ଜଣେ ଅଭିଯୁକ୍ତ ଗିରଫ