ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତାରେ ଲଗାମ କଷିଲେ ସରକାର, ଏଣିକି କ୍ଷମତାଶାଳୀ ହେବେ ବିଡିଓ

Published By : Prameya-News7 Bureau | August 13, 2025 IST

ଭୁବନେଶ୍ବର ୧୩।୮: ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା କମିବ, ଏଣିକି କ୍ଷମତାଶାଳୀ ହେବେ ବିଡିଓ । ବ୍ଲକ୍ ବା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତାରେ ଲଗାମ କଷିଲେ ସରକାର । ସଙ୍କୁଚିତ କଲେ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା । ପ୍ରକଳ୍ପର ବିଲ୍ ପାସ୍ ପାଇଁ ଆଉ ଖୋଜା ପଡ଼ିବନି ବ୍ଲକ୍ ଅଧ୍ୟକ୍ଷଙ୍କ ଦସ୍ତଖତ । ଏହି କ୍ଷମତା ଏବେ ବିଡିଓଙ୍କ ହାତରେ ଦେଇଦେଇଛନ୍ତି ସରକାର । ଏ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପୂର୍ବରୁ ୨ ଲକ୍ଷ ଟଙ୍କାରୁ କମ୍ ଫାଇଲରେ ବିଡିଓ ଦସ୍ତଖତ କରୁଥିଲେ । ଆଉ ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ୍ ଅଧ୍ୟକ୍ଷଙ୍କ କାଉଣ୍ଟର ଦସ୍ତଖତ ବାଧ୍ୟତାମୂଳକ ଥିଲା । ଏଣିକି ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ବଦଳରେ ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ୍ ଅଧ୍ୟକ୍ଷ ଦସ୍ତଖତ କରିବେ । ବ୍ଲକର ଅଧିକାଂଶ କାମ ୨୦ ଲକ୍ଷ ଭିତରେ ରହୁଥିବାରୁ ଏହାକୁ ବିଡିଓ ହିଁ ପାସ୍ କରିଦେବେ । ଫଳରେ ଅଧ୍ୟକ୍ଷଙ୍କର କୌଣସି ଭୂମିକା ରହିବନି । ଆଉ ୨୦ ଲକ୍ଷରୁ ୫୦ ଲକ୍ଷ ଭିତରେ କମ୍ ପ୍ରକଳ୍ପ ରହୁଥିବାରୁ, ବ୍ଲକ୍ ଅଧ୍ୟକ୍ଷଙ୍କ ପାଖକୁ ଅଳ୍ପ କିଛି ପ୍ରକଳ୍ପ ଆସିବ । ତେଣୁ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା କମିବ, କ୍ଷମତାଶାଳୀ ହେବେ ବିଡିଓ ।


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.