ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପୋଷ୍ଟରେ ନିଯୁକ୍ତି ପାଇବେ ଏକ୍ସ ସର୍ଭିସ୍ ମ୍ୟାନ

Published By : Prameya-News7 Bureau | October 20, 2024 IST

NEWS UPDATE

ଭୁବନେଶ୍ବର ୨୦।୧୦: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟ ପୋଲିସ ଦେଇଥିବା ପ୍ରସ୍ତାବରେ ରାଜି ହେଲେ ସରକାର । ନିଯୁକ୍ତି ପାଇଁ ରାଜ୍ୟ ସରକାର ଦେଲେ ଅନୁମୋଦନ । ୩୦୦୯ଟି ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପୋଷ୍ଟରେ ନିଯୁକ୍ତି ପାଇବେ ଏକ୍ସ ସର୍ଭିସ୍ ମ୍ୟାନ । 

ରାଜ୍ୟରେ ମାଓ ଏବଂ ଅନ୍ତରୀଣ ସୀମା ସୁରକ୍ଷା ସମସ୍ୟା ଦୂରୀକରଣ ପାଇଁ ଅଧିକ ଫୋର୍ସ ଦରକାର ହେଉଥିବା ବେଳେ ଏନେଇ ରାଜ୍ୟ ପୋଲିସ ମୁଖ୍ୟ ଯୋଗେଶ ବାହାଦୂର ଖୁରାନିଆ ଦେଇଥିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । 

ଏକକାଳୀନ ୩୦୦୯ଟି ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପୋଷ୍ଟରେ ନିୟୋଜିତ ହେବେ ଏକ୍ସ ସର୍ଭିସ୍ ମ୍ୟାନ । ଏହି ପୋଷ୍ଟରେ ସିପାହିରୁ କମାଣ୍ଡାଣ୍ଟ ରାଙ୍କର ଏକ୍ସ ସର୍ଭିସ୍ ମ୍ୟାନଙ୍କୁ ମିଳିବ ନିଯୁକ୍ତି । ଯେଉଁମାନେ କି ମୁଖ୍ୟତଃ ଆଣ୍ଟି ନକ୍ସଲ୍ ଅପରେସନରେ ହେବେ ନିୟୋଜିତ । ଜେଲ୍, ଥାନା, ଫାଣ୍ଡି ସହ ବିଭିନ୍ନ ସର୍ଭିଲଂସ୍ ଓ ସମ୍ବେଦନଶୀଳ ଜାଗାରେ ହେବେ ମୁତୟନ । ଚୁକ୍ତି ଭିତ୍ତିକ ପ୍ରକ୍ରିୟାରେ ନିୟୋଜିତ ହେବେ ଏହି ଷ୍ଟ୍ରାଇକିଂ ଫୋର୍ସ । ସିପାହୀ ରାଙ୍କରେ ନିୟୋଜିତ ହୋଇଥିବା କର୍ମଚାରୀ ପାଇବେ ୩୦ରୁ ୪୦ ହଜାର ଟଙ୍କା । ସେହିପରି ୮୦ ହଜାର ୫୫୦ଟଙ୍କା ପାଇବେ କମାଣ୍ଡାଣ୍ଟ । ସମସ୍ତ ଏକ୍ସ ସର୍ଭିସ୍ ମ୍ୟାନଙ୍କୁ ୧ ମାସର ଟ୍ରେନିଂ ପରେ ଏକ ବର୍ଷିୟା ଚୁକ୍ତିରେ ନିୟୋଜିତ କରାଯିବାର ଥିବାବେଳେ ଭଲ କାମ କଲେ ଚୁକ୍ତି ଅନୁସାରେ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ମଧ୍ୟ ରହି ପାରିବେ । ବିଏସ୍‌ଏଫ୍‌, ସିଆରପିଏଫ୍ ଏବଂ ସିଏପିଏଫ୍‌ରୁ ଅବସର ନେଇଥିବା  ଏକ୍ସ ସର୍ଭିସ୍ ମ୍ୟାନ୍ ମାନେ ପାଇବେ ନିଯୁକ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ।

You Can Read:

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଡାକିଲେ ଜରୁରୀକାଳୀନ ବୈଠକ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.