ମାଲକାନଗିରିରେ ଏନ୍ଆଇଏ ରେଡ୍, ମାଓ ସଂଗଠନ ସହ ସଂପୃକ୍ତିରେ ଚଢାଉ

Published By : Prameya-News7 Bureau | December 12, 2024 IST

ମାଲକାନଗିରି ୧୨।୧୨ : ମାଲକାନଗିରିରେ ଏନ୍‌ଆଇଏ ରେଡ୍‌ । ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍‌ଆଇଏ ପକ୍ଷରୁ ରେଡ୍‌ ଚାଲିଛି । ବିଏସ୍‌ଏଫ୍‌ ଓ ଡିଭିଏଫ୍‌ ସହାୟତାରେ ଚାଲିଛି ଚଢାଉ 

 ଖବର ଅନୁଯାୟୀ, ଗୁରୁବାର ଦିନ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ରେଡ୍‌ ଚାଲିଛି । ଏହିକ୍ରମରେ ଓଡିଶାରେ ମଧ୍ୟ ଏକ ସ୍ଥାନ ରହିଛି । ମାଲକାନଗିରି ଜିଲ୍ଲା  ମୋଟୁ ଥାନା ଅନନ୍ତପାଲିରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଚଢାଉ ହେଉଛି । ଭୋର ୩ଟା ସମୟରୁ ଆସି ରେଡ୍‌ କରୁଛି ହାଇଦ୍ରାବାଦ୍‌ର ଏନ୍‌ଆଇଏ ଟିମ୍‌ । ଏହି ଚଢାଉରେ ସେମାନଙ୍କୁ ସହଯୋଗ କରୁଛନ୍ତି ବିଏସ୍‌ଏଫ୍‌ ଏବଂ ଡିଭିଏଫ୍‌ ବାହିନୀ । ସେହିପରି ଛତିଶଗଡ଼ ସୁକୁମା ଜିଲ୍ଲାରେ ମଧ୍ୟ ଚଢାଉ ଚାଲିଛି । ସୁକୁମା ସହରର ୨ଟି ସ୍ଥାନରେ ଚାଲିଛି ଚଢାଉ । ତେବେ ମାଓ କାର୍ଯ୍ୟକଳାପରେ ସଂପକ୍ତି ନେଇ ରେଡ୍‌ ଚାଲିଥିବା ସୂଚନା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.