ମାଲକାନଗିରି ୧୩।୦୨ : ମାଓ ସଂଗଠନକୁ ଶକ୍ତ ଝଟ୍କା । ତେଲେଙ୍ଗାନା ଭଦ୍ରାଦ୍ରୀ କୋତ୍ତାଗୂଡେମ ଜିଲ୍ଲା ଏସ୍ପି ଓ ସିଆର୍ପିଏଫ୍ କମାଣ୍ଡାଣ୍ଟ ନିକଟରେ ଆତ୍ମସମର୍ପଣ କରିଲେ ୧୯ ଜଣ ମାଓବାଦୀ । ବିଭିନ୍ନ ହିଂସା ମାମଲାରେ ଏମାନଙ୍କ ସଂପକ୍ତି ଥିବା ଜଣାପଡିଛି ।
ମାଓମୁକ୍ତ ଭାରତ ଗଠନ କରିବା ଲାଗି ତାରିଖ ଧାର୍ଯ୍ୟ ହେବା ପରେ ଭୟବୀତ ହୋଇପଡିଛି ମାଓ ସଂଗଠନ। ଜଙ୍ଗଲ ଭିତରେ ମୁଣ୍ଡ ଗୁଞ୍ଜିବାକୁ ଆଉ ଜାଗା ପାଉନଥିବା ଲାଲ୍ ବାହିନୀ ଏବେ ଜୀବନ ବଞ୍ଚାଇବା ପାଇଁ କରୁଛନ୍ତି ଆତ୍ମସମର୍ପଣ । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୧୯ ମାଓବାଦୀ । ଭଦ୍ରାଦ୍ରୀ କୋତ୍ତାଗୂଡେମ ଜିଲ୍ଲା ଏସପି ଓ ସିଆରପିଏଫ କମାଣ୍ଡଣ୍ଟଙ୍କ ନିକଟରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ ସକ୍ରିୟ DVCM ସଦସ୍ୟ ରହିଛନ୍ତି । ଯାହାଙ୍କ ମୁଣ୍ଡ ଉପରେ ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ତେଲେଙ୍ଗାନା ସରକାର । ଏହାସହ ୬ ଜଣ ଏସିଏମ ସଦସ୍ୟ ରହିଛନ୍ତି, ଯେଉଁମାନଙ୍କ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତ ୧୯ ମାଓବାଦୀ ହେଉଛନ୍ତି ଛତିଶଗଡ ବିଜାପୁର, ଦାନ୍ତେୱାଡା ଓ ସୁକୁମା ଜିଲ୍ଲାର ବୋଲି ଭଦ୍ରାଦ୍ରୀ କୋତ୍ତାଗୂଡେମ ଏସପି କହିଛନ୍ତି ।
ନୀରଜଙ୍କ ପରେ ସଚିନ୍, ଏତେ ଦୂର ଫିଙ୍ଗିଲେ ଜାଭେଲିନ୍, ରଚିଲେ ନୂଆ ଇତିହାସ