ବିରାଟ-ଜାହିର-ଯୁବରାଜଙ୍କ ପୁରୁଣା ଫଟୋ ଭାଇରାଲ, ଜାଣନ୍ତୁ ୩ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନରେ କଣ ରହିଛି ସାମଞ୍ଜସ୍ୟ

Published By : Prameya-News7 Bureau | April 17, 2025 IST

ନୂଆଦିଲ୍ଲୀ ୧୭।୦୪: କ୍ରିକେଟ୍-ବଲିଉଡ୍ । ଉଭୟ ପାଇଁ ପାଗଳ ଫ୍ୟାନ୍ସ । କିଛି ବି ଖବର ଆସିଲେ ପାଲଟିଯାଏ ଟ୍ରେଣ୍ଡ । ସେ କ୍ରିକେଟର-କଳାକାରଙ୍କ ପ୍ରେମ ସମ୍ପର୍କ ହେଉ କିମ୍ବା କ୍ୟାମେରାରେ କଏଦ ହୋଇଥିବା କିଛି ଖାସ୍‌ ମୁହୂର୍ତ୍ତ । ଏହା ସବୁବେଳେ ଲୋକଙ୍କ ଆଲୋଚନାକୁ ଖୋରାକ୍‌ ଯୋଗାଇଥାଏ । ଆଉ ଏଥର ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି, ଯୁବରାଜ ସିଂହ, ଜାହିର ଖାନଙ୍କ ଏକ ପୁରୁଣା ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ । ଯାହାକି ୨୦୧୨ ମସିହାର ପୁରୁଣା ଫଟୋ ।  

୨୦୧୨ରେ ଉଠାଯାଇଥିବା ଏହି ଫଟୋରେ ୩ ଜଣ ମଜାମସ୍ତି କରୁଥିବାର ଜର ଆସିଛନ୍ତି  । ଯେଉଁଥିରେ ଯୁବରାଜ ତାଙ୍କର ଧଳା ଟି-ସାର୍ଟ ସହ 'ଦେବ ଆନନ୍ଦଙ୍କ ଷ୍ଟାଇଲ' ଟୋପି ସହିତ ନଜର ଆସିଛନ୍ତି । ମଜାଦାର ମୁହଁ କରି ନିଜର ସିଗନେଚର ଟ୍ୱିଷ୍ଟ ଯୋଡିଛନ୍ତି । ବିରାଟ କୋହଲି ଫଟୋର ମଝିରେ ରହିଛନ୍ତି । ସେ ହାଲୁକା ଦାଢୀ ରଖିଛନ୍ତି ଡିଫରେଣ୍ଟ ଲୁକ୍‌ରେ ନଜର ଆସିଛନ୍ତି ।  

ଅନ୍ୟପଟେ ଫଟୋରେ ଜାହିର ଖାନ୍‌ ଏକ କଳା ଏବଂ ଧଳା ଚେକ ସାର୍ଟ ପିନ୍ଧିଛନ୍ତି । ଏବେ ପ୍ରଶ୍ନ ଆସୁଛି ଏମାନଙ୍କ ମଧ୍ୟରେ କଣ ରହିଛି ସମାନତା ? କ୍ରିକେଟ୍ ମଇଦାନରେ ଚାମ୍ପିଅନ୍ ହେବା ବ୍ୟତୀତ, ଯୁବରାଜ, ବିରାଟ ଓ ଜାହିରଙ୍କ ମଧ୍ୟରେ ସମାନତା ରହିଛି । ତାହା ହେଉଛି ତିନି ଷ୍ଟାର ତିନି ବଲିଉଡ୍ ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ ।

ଯୁବରାଜ ସିଂହ ହେଜେଲ କିଚ୍‌ଙ୍କୁ ବିବାହ କରିଛନ୍ତି । ହେଜେଲ ଜଣେ ଅଭିନେତ୍ରୀ । ଯିଏକି 'ବଡିଗାର୍ଡ' ଫିଲ୍ମରେ ନିଜ ଭୂମିକା ପାଇଁ ଜଣାଶୁଣା । ଦୁହେଁ ୨ ଡିସେମ୍ବର ୨୦୧୬ରେ ଗୋଆରେ ଏକ ଭବ୍ୟ ସମାରୋହରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେବେଠାରୁ ସେମାନଙ୍କର ପ୍ରେମ କାହାଣୀ ଏବେ ଏକ ସୁନ୍ଦର ପରିବାରରେ ପରିଣତ । ଏହି ଦମ୍ପତି ୨୫ ଜାନୁଆରୀ ୨୦୨୨ରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ଅଗଷ୍ଟ ୨୦୨୩ରେ ତାଙ୍କର ଝିଅ ଜନ୍ମ ହୋଇଥିଲେ ।

ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଦେଶର ସବୁଠାରୁ ପ୍ରିୟ ସେଲିବ୍ରିଟି ସେଲିବ୍ରିଟି ମଧ୍ୟରୁ ଜଣେ । ଏମାନଙ୍କ ଲଭ୍‌ଷ୍ଟୋରୀ ଏକ ବିଜ୍ଞାପନ ସୁଟିଂ ସେଟରେ ଆରମ୍ଭ ହୋଇଥିଲା । ଏମାନେ କିଛି ବର୍ଷ ଡେଟିଂ କରିବା ପରେ ୨୦୧୭ରେ ଇଟାଲୀରେ ବିବାହ କରିଥିଲେ। ବର୍ତ୍ତମାନ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି - ଜାନୁଆରୀ ୨୦୨୧ରେ ଝିଅ ଭାମିକା ଜନ୍ମ ହୋଇଥିବା ବେଳେ ଫେବୃଆରୀ ୨୦୨୪ରେ ପୁଅ ଅକାୟ ଜନ୍ମ ନେଇଛନ୍ତି ।  

ଜହିର ଖାନ ଓ ସାଗାରିକା ଘାଟଗେ । ସାଗରିକା ଜଣେ ଅଭିନେତ୍ରୀ । ସେ 'ଚକ୍ ଦେ! ଇଣ୍ଡିଆ' ଫିଲ୍ମ ପାଇଁ ଥିଲେ ପପୁଲାର । ଜହିର ଏବଂ ସାଗାରିକା ୨୦୧୭ରେ ବିବାହ କରିଥିଲେ । ସେମାନଙ୍କର ସମ୍ପର୍କକୁ ଗୁପ୍ତ ରଖିଥିଲେ । ୧୬ ଏପ୍ରିଲ୍ ୨୦୨୫ରେ ସେମାନେ ନିଜ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ନିକଟରେ ଦମ୍ପତ୍ତି ନବଜାତ ଶିଶୁ ସହ ସୁନ୍ଦର ଫଟୋ ସେୟାର ବି କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.