ହାପି ବର୍ଥଡେ ରାହୁଲ ; କାହିଁକି କ୍ରିକେଟରଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ ମାଆ

Published By : Prameya-News7 Bureau | April 18, 2025 IST

ମୁମ୍ଵାଇ ୧୮।୦୪; କେ.ଏଲ୍ ରାହୁଲ ବର୍ତ୍ତମାନ ଆଇପିଏଲ୍ ୨୦୨୫ରେ ବ୍ୟସ୍ତ ଅଛନ୍ତି । ଏଥର ରାହୁଲ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି। ଏହି ସିଜିନ୍‌ରେ ନୂଆ ଫ୍ରାଞ୍ଚାଇଜ୍ ପାଇଁ ସେ ନିଜ ପରଫର୍ମାନ୍ସ ବହୁତ ଭଲ ଭାବରେ କରୁଥିବା ନଜର ଆସିଛନ୍ତି । କିନ୍ତୁ ବଡ ପ୍ରଶ୍ନ ହେଉଛି ତାଙ୍କ ମା କାହିଁକି ତାଙ୍କ ସହ କଥା ହେବା ବନ୍ଦ କଲେ? ୧୮ ଏପ୍ରିଲ ୨୦୨୫ରେ ୩୩ ବର୍ଷ ବୟସରେ ପାଦ ଥାପିଛନ୍ତ। ଏହି ସମୟରେ କେ.ଏଲ୍ ରାହୁଲଙ୍କ ଜୀବନ ସହିତ ଏହା ଏକ ବଡ ସତ୍ୟ ସାମ୍ନାକୁ ଆସିଛି।  ଏହି ଆଜିର ନୁହେଁ, କିନ୍ତୁ ସେହି ଦିନ ଗୁଡ଼ିକର ଯେତେବେଳେ ସେ କ୍ରିକେଟ୍ ନୂଆ ନୂଆ ଶିଖୁଥିଲେ। ରାହୁଲ, ୧୫ ବର୍ଷ ଏପରି କିଛି କରିଥିଲେ ଯାହା ତାଙ୍କ ମା ପାଇଁ ହଜମ କରିବା କଷ୍ଟକର ଥିଲା । ଯାହା ପରେ ସେ ପୁଅ ସହିତ କଥା ହେବା ବନ୍ଦ କରି ଦେଇଥିଲେ।

କେ.ଏଲ୍ ରାହୁଲ ପିଲାଦିନରୁ ଖେଳକୁ ଭଲ ପାଉଥିଲେ। ସେ ସବୁ ପ୍ରକାର ଖେଳ ଖେଳୁଥିଲେ। ରାହୁଲଙ୍କ ପିତା କେ.ଏନ୍ ଲୋକେଶ ଏବଂ ମାତା ରାଜେଶ୍ୱରୀ ଉଭୟ ଏକାଡେମିକ୍ କ୍ଷେତ୍ର ସହିତ ଜଡିତ ଅଛନ୍ତି। ପିତା ମଧ୍ୟ ସୁନୀଲ ଗାଭାସ୍କରଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପୁଅ ଖେଳିବାରେ ତାଙ୍କର କୌଣସି ଆପତ୍ତି ନଥିଲା। ହେଲେ ତାଙ୍କର ଗୋଟିଏ ସର୍ତ୍ତ ଥିଲା। ସେ ରାହୁଲଙ୍କୁ କହିଥିଲେ ଯେ ତାଙ୍କ ଖେଳ ପାଠପଢାରେ ପ୍ରଭାବ ପକାଇବ ନାହିଁ। ଯଦି ପାଠପଢାରେ କିଛି ଖରାପ ହୁଏ ତାହାଲେ ତାଙ୍କୁ ଖେଳିବା ବନ୍ଦ କରିବାକୁ ପଡିବ । କେ.ଏଲ୍ ରାହୁଲ ତାଙ୍କ ବାପାମାଆଙ୍କ ଏହି ସର୍ତ୍ତକୁ ଗ୍ରହଣ କରିଥିଲେ ଏବଂ ତାଙ୍କ ଜୀବନରେ ଖେଳ ଏବଂ ପାଠପଡା ମଧ୍ୟରେ ଏକ ବଡ଼ ସନ୍ତୁଳନ ବଜାୟ ରଖିଥିଲେ ।

କେ.ଏଲ୍ ରାହୁଲଙ୍କୁ ଟାଟୁ କରିବା ବହୁତ ପସନ୍ଦ । ତାଙ୍କ ଶରୀରରେ ଖୁବ୍ ଟାଟୁ କରୁଥିବା ଦେଖିବାକୁ ମିଳିଛି । ରାହୁଲ ୧୫ ବର୍ଷ ବୟସରେ ତାଙ୍କ ଶରୀରରେ ଟାଟୁ କରିବା ଆରମ୍ଭ କରିଥିଲେ। ସେହି ବୟସ ଥିଲା ଯେତେବେଳେ ସେ ଘରେ ପ୍ରଥମ କାହାକୁ ନ ଜଣାଇ ତାଙ୍କର ପ୍ରଥମ ଟାଟୁ କରିଥିଲେ । ଏହା ଜାଣିବା ପରେ ସେ ରାଗି ଯାଇଥିଲା। ସେ ରାହୁଲଙ୍କ ଉପରେ ଏତେ ରାଗିଗଲେ ଯେ ସେ ତାଙ୍କ ସହ କିଛି ସମୟ କଥା ହେବା ବନ୍ଦ କରିଦେଇଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.