ନୂଆଦିଲ୍ଲୀ ୧୯/୦୪: ଆଇପିଏଲ୍ ୨୦୨୫ । ମୁକାବିଲା ରୋମାଞ୍ଚକର । କେତେବେଳେ କେଉଁ ରେକର୍ଡ । କ୍ଷଣିକରେ ପଲଟିଯାଉଛି ବାଜି । କେବେ ଲୋ ସ୍କୋର ରେକର୍ଡ଼ ତ ଆଉ କେତେବେଳେ ହାଇସ୍କୋର । ଏମିତିକି ଖେଳାଳି ଖେଳାଳିଙ୍କ ମଧ୍ୟରେ ବିଗୁଡିଛି ସଂପର୍କ । ବେଳେବେଳେ ଖେଳାଳି ତାଙ୍କ ଅଶୋଭନୀୟ ଆଚରଣ ପାଇଁ ଫାଇନ୍ ବି ଦେଉଛନ୍ତି ।
ଏପରି ସ୍ଥିତିରେ ଶୁଣିବାକୁ ମିଳିଛି କି, ରାଜସ୍ଥାନ ରୟାଲ୍ସ ଟିମ୍ ରେ ଫାଟ । ମାନେ କୋଚ୍ ଓ କ୍ୟାପଟେନଙ୍କ ମଧ୍ୟରେ କିଛି ଠିକ୍ ଚାଲିନି । ସୋସିଆଲ ମିଡିଆରେ ବି ଚର୍ଚ୍ଚା ପ୍ରବଳ । ଏହାରି ଭିତରେ ମୁହଁ ଖୋଲିଛନ୍ତି, ରୟାଲ୍ସର କୋଚ୍ ରାହୁଲ ଦ୍ରାବିଡ୍ । ସେ କହିଛନ୍ତି ମଧ୍ୟରେ ଦଳରେ ଫାଟ କଥା ଭିତ୍ତିହୀନ । ସେଭଳି କିଛି କଥା ନାହିଁ, ଦଳରେ ସବୁକିଛି ଠିକ୍ ଚାଲିଥିବା ସେ ସ୍ପଷ୍ଟ କରିଛନ୍ତି ।
କହିବାକୁ ଗଲେ ଏଥର ଆଇପିଏଲ୍ରେ ସେମିତି କିଛି ଜଲୱା ଦେଖାଇ ପାରିନାହିଁ ରାଜସ୍ଥାନ ରୟାଲ୍ସ । ବ୍ୟାଟିଂ ଓ ବୋଲିଂରେ କମାଲ କରିପାରିନାହାଁନ୍ତି ଖେଳାଳି । ବାରମ୍ୱାର ପରାଜୟ । ପଏଣ୍ଟ ଟେବୁଲ୍ର ଅଷ୍ଟମ ସ୍ଥାନରେ ରହିଛି ରାଜସ୍ଥାନ । ମୋଟ୍ ୭ଟି ମ୍ୟାଚ୍ରୁ ୨ଟି ମ୍ୟାଚ୍ଋ ଜିତିଥିବା ବେଳେ ୫ଟି ମ୍ୟାଚ୍ରେ ପରାଜୟ ଘଟିଛି ।
I knew there was definitely a rift within the setup when there were absolutely no discussions or chat in the dugout before the super over.Everyone was standing quite in a circle in the dugout.Look at Sanju's hand signal in the first video,he is deliberately ignoring everyone. https://t.co/DfxmlwGgBG pic.twitter.com/688ji3MXrS
— Delhi Capitals Fan (@pantiyerfc) April 17, 2025
ସୂଚନା ଥାଉକି, ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ କ୍ୟାପ୍ଟେନ ସଞ୍ଜୁ ସାମସନ୍ ଓ କୋଚ୍ ମଧ୍ୟରେ ବିବାଦ ଥିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା । ସୁପର ଓଭର୍ ବେଳେ ସଞ୍ଜୁ ଦଳର ହଡଲ୍ରୁ ଦୂରରେ ରହିଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି । ସେ ସୁପର ଓଭର୍ରେ ବ୍ୟାଟିଂ କିମ୍ବା ଫିଲ୍ଡିଂ କରିବାକୁ ବି ଆସିନଥିଲେ ।
ସେପଟେ ଏହି ପ୍ରସଙ୍ଗରେ କୋଚ୍ ରାହୁଲ ଦ୍ରାବିଡ୍ ପ୍ରେସ କନଫରେନ୍ସରେ କହିଥିଲେ କି, ସଞ୍ଜୁଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେଉଥିଲା । ସେଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ଆଗକୁ ନିଷ୍ପତ୍ତି ନିଆଯିବ । ଯଦି ସଞ୍ଜୁ ଫିଟ୍ ନଥାନ୍ତି ତେବେ ଦଳ ପୁଣି ଥରେ ରିୟାନ ପରାଗଙ୍କୁ କ୍ୟାପ୍ଟେନ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଆଜି ସଂଧ୍ୟାରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।