ଭୁବନେଶ୍ବର ୧୮।୪: ଶନିବାର ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ । ନବୀନ ପଟ୍ଟନାୟକ ସର୍ବସମ୍ମତି କ୍ରମେ ବିଜେଡି ସଭାପତି ହେବେ ବୋଲି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସେ ଆହୁରି କହିଛନ୍ତି, ଓଡ଼ିଶାର ଜନ ସାଧାରଣ ମଧ୍ୟ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଗ୍ରହଣ କରିଛନ୍ତି । ସଭାପତି ହେବା ପରେ ନବୀନ ପଟ୍ଟନାୟକ ନିଜର ଟିମ୍ ଗଠନ କରିବେ । ତାଙ୍କର ଅଭିଜ୍ଞତା ଅନୁସାରେ ସେ ଟିମ୍ ଗଠନ କରିବେ । ଓଡ଼ିଶା ଲୋକଙ୍କ ସେବା ଓ ବିକାଶଧାରାକୁ ବିଜେଡି ଆଗକୁ ନେବ । ବିକାଶ ପ୍ରକ୍ରିୟାକୁ ଯଦି ଧିମା କରାଯିବ ସେତେବେଳ ବିଜେଡି ଲଢ଼େଇ କରିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଏନେଇ ଆସନ୍ତା ୧୯ ତାରିଖରେ ବିଧିବଦ୍ଧ ଘୋଷଣା ହେବ । ଗୁରୁବାର ୧୦ଟାରୁ ୧ଟା ପର୍ଯ୍ୟନ୍ତ ନାମାଙ୍କନ ସମୟ ଥିବା ବେଳେ ନବୀନ ପଟ୍ଟନାୟକ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେଣୁ କେବଳ ଔପଚାରିକ ଘୋଷଣା ବାକି । ନବମ ଥର ପାଇଁ ବିଜେଡି ସଭାପତି ହେବେ ନବୀନ । ନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଷ୍ଟେଟ୍ କାଉନସିଲ ଗଠନ କରାଯାଇଛି । ୩୫୫ ଜଣ ସଦସ୍ୟ ରହିଛନ୍ତି । ୧୯ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କ ନାଁ ଘୋଷଣା ହେବ ।
You Can Read:
ନିରପେକ୍ଷ ଭାବେ ରାସନ କାର୍ଡ ବାଣ୍ଟନ୍ତୁ, ଦଳୀୟ ଭିତ୍ତିରେ କାର୍ଡ ବଣ୍ଟା ନଯାଉ : ପ୍ରସନ୍ନ ଆଚାର୍ଯ୍ୟ