ନିରପେକ୍ଷ ଭାବେ ରାସନ କାର୍ଡ ବାଣ୍ଟନ୍ତୁ, ଦଳୀୟ ଭିତ୍ତିରେ କାର୍ଡ ବଣ୍ଟା ନଯାଉ : ପ୍ରସନ୍ନ ଆଚାର୍ଯ୍ୟ

Published By : Prameya-News7 Bureau | April 18, 2025 IST

ଭୁବନେଶ୍ବର ୧୮।୪: ନୂଆ ରାସନ କାର୍ଡ ବଣ୍ଟନ ନେଇ ସରକାରଙ୍କ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ ଆଚାର୍ଯ୍ୟ । ସେ କହିଛନ୍ତି, ନିରପେକ୍ଷ ଭାବେ କାର୍ଡ ବାଣ୍ଟନ୍ତୁ, ଦଳୀୟ ଭିତ୍ତିରେ କାର୍ଡ ବଣ୍ଟା ନଯାଉ । ତଳ ସ୍ତରରେ ଥିବା ଅଧିକାରୀ ମାନେ ସରକାରଙ୍କୁ ଖୁସ କଳା ଭଳି କାର୍ଯ୍ୟକ୍ରମ ନ କରନ୍ତୁ । ଯେଉଁମାନେ ଅସତ ଉପାୟରେ କାର୍ଡ ହାତେଇଛନ୍ତି, ସରକାର ଯାଞ୍ଚ କରି ପଦକ୍ଷେପ ନିଅନ୍ତୁ । ସେଥିରେ ଆପତ୍ତି ନାହିଁ ବୋଲି ପ୍ରସନ୍ନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାସନ କାର୍ଡ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟନ ନେଇ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ନୂଆ ରୂପରେ ଆସିବ ରାସନ କାର୍ଡ । ରଙ୍ଗୀନ ହେବ ରାସନ କାର୍ଡ । ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ରାସନ କାର୍ଡ । ନୂଆ ରାସନ କାର୍ଡ ପ୍ରସ୍ତୁତ କରିବା ପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଏପ୍ରିଲ ୨୨ ତାରିଖ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ତେବେ କାର୍ଡ ଲାମିନେସନ ଓ ପ୍ରିଣ୍ଟ କରି ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । e-KYC ମାଧ୍ୟମରେ ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ହେଉଛି ।

You Can Read:

ବାପି ପଣ୍ଡା ଭୁଲ୍ ମାଗ, ନହେଲେ ମୁହଁରେ ରଙ୍ଗ ମାରିବା ସ୍ବପ୍ନ ହୋଇଯିବ : ଜଗତ ଜୀବନ ପଣ୍ଡା


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.