ଅନୁରାଗ କଶ୍ୟପ ଜଣେ ରୁଗ୍ଣ ମାନସିକତାର ବ୍ୟକ୍ତି, ଚିକିତ୍ସା ପାଇଁ ଦାନ କରିବେ ବ୍ରାହ୍ମଣ: ମନୋଜ ମୁନ୍ତଶିର

Published By : Prameya-News7 Bureau | April 20, 2025 IST

indiatoday

ନୂଆଦିଲ୍ଲୀ: ବ୍ରାହ୍ମଣଙ୍କ ଉପରେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ିଥିବା ଅନୁରାଗ କଶ୍ୟପଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ବିଭିନ୍ନ ଆଡ଼ୁ ତାଙ୍କୁ ସମାଲୋଚନା କରାଯାଉଛି। ତାଙ୍କର ଏଭଳି ବୟାନ ପାଇଁ ବଲିଉଡ୍ ଗୀତିକାର ଓ ତଥା ଲେଖକ ମନୋଜ ମୁନ୍ତସିର ଅନୁରାଗଙ୍କୁ ରୁଗ୍ଣ ମାନସିକତା, ସନାତନଦ୍ରୋହୀ ଓ ବାମପନ୍ଥୀ ବୋଲି କହିଛନ୍ତି। 

ମନୋଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରି ଅନୁରାଗ କଶ୍ୟପ ରୋଗିଣା ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ବ୍ରାହ୍ଣମାନେ ଦାନ କରିପାରିବେ ବୋଲି ମଧ୍ୟ କହିଛନ୍ତି। ଏଥିସହିତ ଭାରତବର୍ଷରୁ ବ୍ରାହ୍ମଣ କୁଳରୁ ଆସିଥିବା କିଛି ବ୍ୟକ୍ତି ବିଶେଷଙ୍କ ନାଁ କହିଛନ୍ତି। ଏବଂ ସେମାନଙ୍କର ଅବଦାନକୁ କେମିତି ଖାରଜ କରିବ ବୋଲି କହି ମନୋଜ ଅନୁରାଗକୁ ଚ୍ୟାଲେଞ୍ଜ ଦେଇଛନ୍ତି। 

ଇନଷ୍ଟାଗ୍ରାମ ପୋଷ୍ଟରେ ଅନୁରାଗ କହିଛନ୍ତି “ଯଦି ଆୟ କମ୍ ତେବେ ଖର୍ଚ୍ଚ ନିୟନ୍ତ୍ରଣ କରିବା ଉଚିତ ଏବଂ ଯଦି ଜ୍ଞାନ କମ୍ ତେବେ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବା ଉଚିତ। ଅନୁରାଗ କଶ୍ୟପ, ତୁମର ଆୟ କମ୍ ଏବଂ ତୁମର ଜ୍ଞାନ ମଧ୍ୟ କମ୍। ତେଣୁ, ଉଭୟକୁ ନିୟନ୍ତ୍ରଣ କର। ତୁମ ଶରୀରରେ ଏତେ ମଇଳା ପାଣି ନାହିଁ ଯେ ବ୍ରାହ୍ମଣମାନଙ୍କର ଐତିହ୍ୟର ଗୋଟିଏ ଇଞ୍ଚ ମଧ୍ୟ ଦୂଷିତ କରିପାରିବ। ତଥାପି, ଯେହେତୁ ତୁମେ ଏହି ଇଚ୍ଛା ପ୍ରକାଶ କରିଛ, ମୁଁ ତୁମ ଘରକୁ କିଛି ଫଟୋ ପଠାଇବାକୁ ଚାହେଁ। ତୁମେ କେଉଁ ବ୍ରାହ୍ମଣଙ୍କ ଉପରେ ତୁମ ଶରୀରରୁ ମଇଳା ପାଣି ପିଙ୍ଗିବାକୁ ଚାହୁଁଛ ତାହା ତୁମେ ନିଷ୍ପତ୍ତି ନିଅ।”

ଏହାପରେ ମନୋଜ ଭାରତର କିଛି ମହାନ ବ୍ୟକ୍ତିଙ୍କ ନାଁ ନେଇ କହିଛନ୍ତି “ଆଚାର୍ଯ୍ୟ ଚାଣକ୍ୟ, ଚନ୍ଦ୍ରଶେଖର ତିୱାରୀ ଆଜାଦ, ବାଜିରାଓ ବଲ୍ଲାଡ, ପ୍ରଭୁ ପର୍ଶୁରାମ, ରାମକୃଷ୍ଣ ପରମହନ୍ସ, ରାମଧାରୀ ସିଂ ଦିନକର, ଆଦି ଶଙ୍କରାଚାର୍ଯ୍ୟ, ମଙ୍ଗଲ ପାଣ୍ଡେ, ଅଟଳ ବିହାରୀ ବାଜପେୟୀ, ତାନ୍ତିଆ ଟୋପେ, ରାଜଗୁରୁ, ପରମବୀର କ୍ୟାପ୍ଟେନ୍ ମନୋଜ ପାଣ୍ଡେ, ବାଲ ଗଙ୍ଗାଧର ତିଲକ, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ, ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ, ପଣ୍ଡିତ ଭୀମସେନ୍ ଯୋଶୀ, ସଙ୍ଗୀତ ସମ୍ରାଟ ତାନସେନ୍, ଲତା ମଙ୍ଗେଶକର, ରାନୀ ଲକ୍ଷ୍ମୀବାଇ, ମହାକବୀ କାଲିଦାସ, ଗୋସ୍ୱାମୀ ତୁଲସୀଦାଶ। ତୁମ ପରି ହଜାର ହଜାର ଘୃଣାକାରୀ ଆରମ୍ଭ ହୋଇ ଶେଷ ହୋଇଯିବେ କିନ୍ତୁ ବ୍ରାହ୍ମଣମାନଙ୍କର ଗୌରବମୟ ପରମ୍ପରା ଶେଷ ହେବ ନାହିଁ।


 


ପଢନ୍ତୁ- କ୍ଷମା ମାଗିଲେ, ନା ଆହୁରି ସମାଲୋଚନା କଲେ? ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଏମିତି ଲେଖିଲେ ଅନୁରାଗ

ମନୋଜ ମୁନ୍ତଶିର ଅନୁରାଗ କଶ୍ୟପଙ୍କୁ ଆହୁରି ଚ୍ୟାଲେଞ୍ଜ କରି କହିଥିଲେ, ' ମୁଁ ଜଣେ ବ୍ରାହ୍ମଣ ହିସାବରେ ତୁମକୁ ଖୁଲା ଚ୍ୟାଲେଞ୍ଜ ଦେଉଛି।' ଏହି ଭିଡିଓ ତଳେ କମେଣ୍ଟ ଦେଇ ମୁଁ କହିଥିବା ୨୧ଟି ନାଁ ମଧ୍ୟରୁ ଯେକୌଣସି ଗୋଟିଏ ନା ବାଛି ମୋତେ କୁହ। ଫଟୋ ପଠାଇବା ମୋର ଦାୟିତ୍ୱ ଏବଂ ଯଦି ତୁମେ ଯାହା କହିଛ ତାହା ଉପରେ ଅଟଳ ରହିବା ଏବଂ ଏହି ଭିଡିଓ ତଳେ ନାମ ଲେଖିବାର ସାହସ ନାହିଁ, ତେବେ ଭାଇ, ଜଣେ ବହୁତ ମହାନ ବ୍ୟକ୍ତି କହିଛନ୍ତି ଯେ ଦୁନିଆରେ ରହିବା ପାଇଁ ଅନେକ ଭଲ ସ୍ଥାନ ଅଛି କିନ୍ତୁ ସବୁଠାରୁ ଭଲ କଥା ହେଉଛି ତୁମର ସୀମା ମଧ୍ୟରେ ରହିବା।

ମନୋଜଙ୍କର କଥା ଏତିକିରେ ବି ସରିନଥିଲା। ସେ ଆହୁରି କହିଛନ୍ତି ଯେ ବ୍ରାହ୍ମଣ ହେଉଛନ୍ତି ଭାରତବର୍ଷର ମସ୍ତକ, ଆଉ ଏହି ମସ୍କ ଉପରେ ଚମକୁଥିବା ଗେରୁଆ ତିଲକ ପାଇଁ କେବଳ ବ୍ରାହ୍ମଣ ନୁହଁନ୍ତି ବରଂ ଚାରି ବର୍ଣ୍ଣ (ଜାତି) ଗର୍ବିତ। ବ୍ରାହ୍ମଣମାନେ ବଡ଼ ହୃଦୟ ଦେଖାଇ ତୁମର ଘୃଣ୍ୟ ଚିନ୍ତାଧାରାକୁ କ୍ଷମା କରିପାରନ୍ତି, କିନ୍ତୁ ହିନ୍ଦୁ ସମାଜ ତୁମ ପରି ଅପରାଧୀ, ସନାତନଦ୍ରୋହୀ ଏବଂ ଦେଶକୁ ବିଭାଜିତ କରୁଥିବା ଏବଂ ଏହାର ଏକତାରେ ବାଧା ସୃଷ୍ଟି କରୁଥିବା ବାମପନ୍ଥୀଙ୍କୁ କେବେ କ୍ଷମା କରିବେ ନାହିଁ। ତୁମେ ଅସୁସ୍ଥ ଅଛ। ଇଶ୍ୱର ତୁମକୁ ସୁସ୍ଥ କରନ୍ତୁ। ସ୍ୱାସ୍ଥ୍ୟ ଦାନ କରନ୍ତୁ। ଯଦି ଆବଶ୍ୟକ ହୁଏ, ତେବେ ୧୦୮ ବ୍ରାହ୍ମଣ ଆପଣଙ୍କ ଅସୁସ୍ଥ ମନ ପାଇଁ ଯଜ୍ଞ କରିବେ ଏବଂ ଯଦି ଚିକିତ୍ସା ପାଇଁ ଦାନ ଆବଶ୍ୟକ ହୁଏ, ତେବେ ଆମେ ବ୍ରାହ୍ମଣମାନେ ଦାନ ନେବାବି ଜାଣିଛୁ ଦେବା ବି ଜାଣିଛୁ। ଆମେ ତୁମର ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବୁ ବୋଲି ମନୋଜ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.