ଓଟିଟି ଜଗତରେ ଭୂମି ପେଡ୍‌ନେକରଙ୍କ ଏଣ୍ଟ୍ରି, ଦ ରୟାଲ୍ସ’ରେ ଆସିବେ ନଜର

Published By : Prameya-News7 Bureau | April 20, 2025 IST

ମୁମ୍ଵାଇ ୨୦।୦୪; ବଡ଼ ପରଦା ପରେ ଓଟିଟି ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନେତ୍ରୀ ଭୂମି ପେଡ୍‌ନେକର । ଖୁବ୍‌ଶୀଘ୍ର ୱେବ୍‌ ସିରିଜ୍‌ ‘ଦ ରୟାଲ୍ସ’ରେ ସେ ନଜର ଆସିବେ । ତେବେ ପ୍ରଥମ ଥର ଭୂମିଙ୍କୁ ଓଟିଟି ଅଫର୍‌ ମିଳିନାହିଁ । ଏହା ପୂର୍ବରୁ ମଧ୍ୟ ଅନେକ ଓଟିଟି ପ୍ରୋଜେକ୍ଟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । 

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଭୂମି କହିଛନ୍ତି, ଓଟିଟି ଡେବ୍ୟୁ ପାଇଁ ମୋତେ ଅନେକ ୱେବ୍‌ ସିରିଜ୍‌ ଅଫର୍‌ ମିଳିଥିଲା । ସବୁର ପଟ୍ଟକଥା ମଧ୍ୟ ମୁଁ ପଢ଼ିଥିଲି । କିନ୍ତୁ ସବୁ ପ୍ରତ୍ୟାଖ୍ୟାନ କରିଦେଇଥିଲି । ତେବେ, ପରେ ସେ ସବୁ ପ୍ରୋଜେକ୍ଟ ସଫଳ ହେଲା । ସବୁଠୁ ବଡ଼ କଥା ହେଉଛି, ସେହି ପ୍ରୋଜେକ୍ଟ ସବୁରେ ସେଭଳି ନିବିଡ଼ତା ମୁଁ ଅନୁଭବ କରିନଥିଲି, ଯାହା ‘ଦ ରୟାଲ୍ସ’ର କାହାଣୀ ପଢ଼ିବା ପରେ ହେଲା । ସେଥିପାଇଁ ମୁଁ ରାଜି ହୋଇଗଲି । ‘ଦ ରୟାଲ୍ସ’ ଏକ ରୋମାଣ୍ଟିକ୍‌-କମେଡ଼ି ୱେବ୍‌ ସିରିଜ୍‌ । ଏ ଧରଣର ଫିଲ୍ମ ଭୂମିଙ୍କର ସବୁଠୁ ପ୍ରିୟ ।

ଏଥିରେ ତାଙ୍କ ସହ ପ୍ରମୁଖ ଭୂମିକାରେ ନଜର ଆସିବେ ଈଶାନ ଖଟ୍ଟର । ଏମାନଙ୍କ ସହିତ ଜୀନତ ଅମାନ, ସାକ୍ଷୀ ତନୱର, ନୋରା ଫତେହି, ଡିନୋ ମୋରିଆ, ମିଲିନ୍ଦ ସୋମନ, ଚଙ୍କି ପାଣ୍ଡେ ପ୍ରମୁଖ ଅଭିନୟ କରିଛନ୍ତି । ଆସନ୍ତା ମେ’ ୯ ତାରିଖରେ ନେଟ୍‌ଫ୍ଲିକ୍ସରେ ଶୋ’ର ପ୍ରିମିୟର ହେବ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.