ଆଗାମୀ ୫ ବର୍ଷରେ ରାଜ୍ୟରେ ଆହୁରି ୧୫ଲକ୍ଷ ହେକ୍ଟର ଜମି ହେବ ଜଳ ସେଚିତ : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

Published By : Prameya-News7 Bureau | April 20, 2025 IST

ଝାରସୁଗୁଡ଼ା ୨୦: ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟର ଆହୁରି ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି l ମୁଖ୍ୟମନ୍ତ୍ରୀ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଏ ଦିଗରେ ପଦକ୍ଷେପ ମଧ୍ୟ ନିଆଯାଉଛି ବୋଲି ଝାରସୁଗୁଡା ଜିଲ୍ଲା ଗସ୍ତରେ ଆସି ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି l 

ଝାରସୁଗୁଡା ଜିଲ୍ଲାର ଲଖନପୁର ଅଞ୍ଚଳ ପରିଦର୍ଶନ କରି ଜଳ ସେଚନ ପ୍ରକଳ୍ପ ଗୁଡିକର ତଦାରଖ କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ l ଏହାସହ ନୂତନ ପ୍ରକଳ୍ପ, ବ୍ୟାରେଜ, ଆନିକଟ ଆଦି ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ତଦାରଖ କରିଛନ୍ତି l ବିଶେଷ କରି ଲଖନପୁର ବ୍ଲକରେ ସେମଲିଆ, ମହୁଲପାଲି, ତିଲିଗି, ପିଥିଣ୍ଡା, କନକତୋରା, ପୂଜାରୀପାଲି, ବରଯା ଡ୍ୟାମ୍ ଆଦି ଅଂଚଳ ପରିଦର୍ଶନ କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ l ପୂଜାରୀପାଲିରେ ହେବାକୁ ଥିବା ସମ୍ପର୍କ ସେତୁରେ ବ୍ୟାରେଜ ନିର୍ମାଣ ପାଇଁ ବୈଷୟିକ ସ୍ଥିତି ଅନୁଧ୍ୟାନ କରାଯିବ ଏବଂ ଲଖନପୁର ଅଂଚଳରେ ଜଳ ସେଚନର ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ l ଅନ୍ୟପଟେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଗସ୍ତକୁ ନେଇ ଚାଷୀ ମହଲରେ ବେଶ ଖୁସି ଦେଖାଦେଇଛି l ରାଜସ୍ୱ ମନ୍ତ୍ରୀଙ୍କ ପ୍ରୟାସରେ ସମଗ୍ର ଲଖନପୁର ଅଞ୍ଚଳ ଜଳ ସେଚିତ ହେବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l

You Can Read: 

ଅରୁନ୍ଧତୀ ବାନ୍ଧକଳା କେନ୍ଦ୍ରର ଭୂମିପୂଜନ, ଉପ ମୁଖ୍ୟମନ୍ତ୍ରୀ ଓ ବଲାଙ୍ଗୀର ସାଂସଦ ଉପସ୍ଥିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.