ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର

Published By : Prameya-News7 Bureau | April 20, 2025 IST

ଆସିକା ୨୦: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦର୍ଘଟଣା l ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ହୋଇଛନ୍ତି l ଗୁରୁତର  ମାନେ ହେଲେ ଆସିକା ବ୍ଲକ ଚାଟୁଳା ଗ୍ରାମର ମୁନା ଗୌଡ, ଚିଣ୍ଟୁଗୌଡ ଏବଂ ବେଲଗୁଣ୍ଠା ସାନ ବୋରସିଂଗ ଗ୍ରାମର ଗାନ୍ଧୀ ବେହେରା ଓ ଅଜିତ କୁମାର ସ୍ବାଇଁ l ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ  ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥାକୁ ଲକ୍ଷ କରି ତିନି ଗୁରୁତର ମୁନା ଗୌଡ,  ଗାନ୍ଧୀ ବେହେରା ଓ ଅଜିତ କୁମାର ସ୍ବାଇଁଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l 

ସୂଚନାଯୋଗ୍ୟ ଯେ, ଏକ ବାଇକରେ ମୁନା ଗୌଡ ଓ ଚିଣ୍ଟୁଗୌଡ ଚାଟୁଳା ଗ୍ରାମରୁ ଆସିକା ଆସୁଥିବା ବେଳେ ଅନ୍ୟ ଏକ ମାଧ୍ୟମରେ ଆସିକାରୁ ଗାଙ୍ଗପୁରକୁ ଯାଉଥିବା ଗାନ୍ଧୀ ବେହେରା ଓ ଅଜିତ କୁମାର ସ୍ବାଇଁଙ୍କ ବାଇକ୍ ସହ ମୁହାମୁହିଁ ଧକ୍କା ହୋଇଥିଲା l ଫଳରେ ୪ ଜଣ ଗୁରୁତର ହୋଇଥିଲେ l

You Can Read: 

ରାଜ୍ୟପାଳଙ୍କ ଗସ୍ତ ବେଳେ ଅବ୍ୟବସ୍ଥା, ଦୀର୍ଘ ଏକ ଘଣ୍ଟା ଅନ୍ଧାରରେ ରହିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.