ସାଲେପୁର ୨୦।୪: ବିରୂପା ନଦୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ । ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଥିଲେ ଛାତ୍ରୀ । ଏଭଳି ଘଟଣା ଘଟିଛି ସାଲେପୁର ଥାନା ଉଚ୍ଚଢ଼ିଅ ଗ୍ରାମରେ ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ସାଲେପୁର ଥାନା ଉଚ୍ଚଢ଼ିଅ ଗ୍ରାମର ୧୦ ବର୍ଷର ଝିଅ ସାଙ୍ଗମାନଙ୍କ ସହ ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରି ରାମେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଛି ପୋଲିସ ।
You Can Read: