ବିନିକା ୨୦।୪: ଅରୁନ୍ଧତୀ ବାନ୍ଧକଳା କେନ୍ଦ୍ରର ଭୂମିପୂଜନ କଲେ ଉପ ମୁଖ୍ୟମନ୍ତ୍ରୀ ଓ ବଲାଙ୍ଗୀର ସାଂସଦ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଛେପାପାଲି ଠାରେ ଓଡ଼ିଶାର ସର୍ବ ବୃହତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜ୍ଵେଲର୍ସ ତରଫରୁ ହେବାକୁ ଥିବା ଅତ୍ୟାଧୁନିକ ସମନ୍ଵିତ ହସ୍ତତନ୍ତ ୟୁନିଟର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତ କୁମାରୀ ସିଂଦେଓ ଉପସ୍ଥିତ ହେବା ସହିତ ଜିଲ୍ଲାପାଳ ଅନ୍ୟା ଦାସ ଓ ଅରୁନ୍ଧତୀ ଗ୍ରୁପର ଫାଉଣ୍ଡର ବ୍ରହ୍ମାନନ୍ଦ ମେହେର ପ୍ରମୁଖ ଯୋଗଦେଇ ଥିଲେ ।
ସୁବର୍ଣ୍ଣପୁର ହେଉଛି ଏକ ପୁରାତନ ହସ୍ତତନ୍ତର ଏନ୍ତୁଡ଼ିଶାଳ, ଏହି ଜିଲ୍ଲା ପାରମ୍ପରିକ ହସ୍ତଶିଳ୍ପ ପକ୍ରିୟା ନିମନ୍ତେ ପ୍ରସିଦ୍ଧ । ଅତ୍ୟାଧୁନିକ ଯୁଗରେ ବି ପୁରାତନ ଯୁଗରୁ ଅତିବାହିତ ହୋଇ ଆସୁଥିବା କଳା, ସାହିତ୍ୟ, ସଂସ୍କୃତି ଓ ନିକ୍ଷୁଣ କାରିଗରୀ କୌଶଳ ଅଭ୍ୟାସକୁ ପରିକ୍ଷଣ କରିବା ଏବଂ ପୁରାତନ ପାରମ୍ପରିକ ହସ୍ତଶିଳ୍ପ ପକ୍ରିୟାରେ ସ୍ଥିରତା ଆଣିବାରେ ଏହି ପ୍ରକଳ୍ପ ସହାୟ ହେବ ବୋଲି ଅତିଥିମାନେ ମତ ଦେଇଛନ୍ତି । ଏହି ପରମ୍ପରା କେବଳ ନୂତନ ଯୁଗର ଯୁବ ପିଢିମାନଙ୍କ ଦୃଷ୍ଟି ଆଗକୁ ଆସିବାକୁ ଉତ୍ସାହିତ କରିବ ତା ନୁହେଁ ବରଂ ନିକ୍ଷୁଣ କାରିଗରୀ ସମ୍ପ୍ରଦାୟର ଜୀବିକା ବୃଦ୍ଧି କରିବ ।
ବୁଣାକାର ମାନଙ୍କର ଅନ୍ତନିର୍ହିତ ଦକ୍ଷତା ଗୁଡିକୁ ପରିବର୍ତ୍ତନ କରିବା ସହିତ ଏହାକୁ ଆଧୁନିକତା ରୂପରେ ବିକାଶ, ଉନ୍ନତ ଗୁଣାତ୍ମକ ଗବେଷଣା, ଜାତୀୟ ତଥା ଆନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ସହିତ ନିକ୍ଷୁଣ କାରିଗରମାନଙ୍କୁ ସ୍ବୀକୃତି ଯୋଗାଇ ହେବ । ଏହି ପ୍ରକଳ୍ପ ୧୦ ଏକର ଜମିରେ ଛେପାପାଲି ନିକଟରେ ହେବାକୁ ଥିବାବେଳେ ୫୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ପାଞ୍ଚ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯାଇ ପାରିବ ବୋଲି କହିଛନ୍ତି ଉଦ୍ୟୋକ୍ତା ।