ଅନ୍ତର୍ଜାତୀୟ ବ୍ରହ୍ମା କୁମାରୀର ମୁଖ୍ୟ ପରିଚାଳିକା ସ୍ବର୍ଗତ ରତନ ମୋହିନୀଙ୍କୁ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | April 20, 2025 IST

କଟକ: କଟକ ଝାଞ୍ଜିର ମଙ୍ଗଳା ସ୍ଥିତ ବ୍ରହ୍ମା କୁମାରୀ ଆଶ୍ରମରେ ସ୍ବର୍ଗତ ଦାଦି ରତନ ମୋହିନୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଅହମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିଲା। ତେବେ ତାଙ୍କର ପରଲୋକରେ ରବିବାର କଟକ ବ୍ରହ୍ମା କୁମାରୀ ଶାଖା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅବସରରେ ସକାଳୁ ସମୂହ ଯୋଗ, ମୁରଲୀ କ୍ଲାସ, ଭୋଗ ଶ୍ରଦ୍ଧାଞ୍ଜଳି ଓ ପରେ ବ୍ରହ୍ମା ଭୋଜନ ଆୟୋଜନ କରାଯାଇଥିଲା। ଆଶ୍ରମ ଅନ୍ତେବାସୀଙ୍କ ସମେତ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.