ନୂଆଦିଲ୍ଲୀ ୧୮/୦୪: ସାରା ବିଶ୍ୱରେ ଟାରିଫ୍ ଓ୍ୱାରକୁ ନେଇ ଅସନ୍ତୋଷ । ପ୍ରତି ଦେଶରେ ସଂପର୍କରେ ବଢିବାରେ ଲାଗିଛି ତିକ୍ତତା । ଏହି ଟାରିଫ୍ ଓ୍ୱାର ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ସହିତ ଏକ ଭଲ ଡିଲ୍ କରିପାରନ୍ତି । ଏନେଇ ସେ ନିଜେ ଖୁଲାସା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଏବେ ପ୍ରତି ଦେଶକୁ ଭେଟିବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି ।
ଟ୍ରମ୍ପ କହିଛନ୍ତି ଯେ ସେ ମେକ୍ସିକୋରୁ ଜାପାନ ଓ ଇଟାଲୀ ପର୍ଯ୍ୟନ୍ତ ପ୍ରତି ଦେଶକୁ ଭେଟିବାକୁ ଅପେକ୍ଷା କରିଛନ୍ତି । ସେହି ସମୟରେ, ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ମଧ୍ୟ ଆସିଛି ଯେ ସେ ଆମେରିକା ସହିତ ଆଲୋଚନା ପାଇଁ ପ୍ରସ୍ତୁତ । କିନ୍ତୁ ଶୁଳ୍କ ବୃଦ୍ଧିର ଧମକକୁ ବନ୍ଦ କରିବାକୁ ପଡିବ । ସମାନତା ଆଧାରରେ ଆଲୋଚନା କରିବାକୁ ପଡିବ।
୧୭ ଏପ୍ରିଲରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଯେ ସେ TRADE WAR ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ପାଇଁ ତରତର ନାହାଁନ୍ତି । ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଏକ ବୈଠକ କରିଥିଲେ । ମେଲୋନିଙ୍କ ସହ ଏକ ବୈଠକରେ ଟ୍ରମ୍ପ ବିଶ୍ୱାସ ଯତାଇ କହିଛନ୍ତି ଯେ ୟୁରୋପୀୟ ସଂଘ ସହିତ ଏକ ବୁଝାମଣା ବହୁତ ସହଜ ହୁଏ । ଟ୍ରମ୍ପ କହିଛନ୍ତି ଯେ ଏପରି ଚୁକ୍ତିନାମା ଏକ ନିର୍ଦ୍ଦିଷ୍ଟ ସମୟରେ ହେବ । ଏଥିପାଇଁ କୌଣସି ତରତର ହେବାର ଆବଶ୍ୟକତା ନାହିଁ । ସେମାନେ ପ୍ରତ୍ୟେକ ଦେଶକୁ ଭେଟିବାକୁ ଚାହୁଁଛନ୍ତି ଯାହା ଦ୍ଵାରା ଭଲ ଡିଲ୍ ହୋଇପାରିବ।