ହୁତି ବିଦ୍ରୋହୀ ଗୋଷ୍ଠୀ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍; ୭୪ ମୃତ, ୧୭୧ ଆହତ

Published By : Prameya-News7 Bureau | April 18, 2025 IST

ନୂଆଦିଲ୍ଲୀ: ହୁତି ବିଦ୍ରୋହୀ ସଂଗଠନ ଉପରେ ଆମେରିକାର ପ୍ରହାର । ୟେମେନ ରାସ ଈସା ତେଲ ବନ୍ଦରରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା ସେନା । ଘନଘନ ମିସାଇଲ୍ ମାଡ଼ରେ ୭୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୧ଜଣ ଆହତ ହୋଇଛନ୍ତି । ଏନେଇ ହୁତି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ୍ ୧୮ ତାରିଖ ଅର୍ଥାତ୍ ଗୁରୁବାର ବିଳମ୍ବିତ ରାତିରେ ଏହି ହମଲା ହୋଇଛି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଆମେରିକୀୟ ସେନାର ସେଣ୍ଟ୍ରାଲ୍ କମାଣ୍ଡ ବା ସେଣ୍ଟକମ୍ ଏୟାର ଷ୍ଟ୍ରାଇକକୁ ନେଇ ମଧ୍ୟ ସ୍ପଷ୍ଟ କରିଛି । ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି, ହୁତି ବିଦ୍ରୋଦୀ ଗୋଷ୍ଠୀର ଇନ୍ଧନ ଡିପୋକୁ ହମଲା କରି ସେମାନଙ୍କୁ ଆର୍ଥିକ୍ ଭାବେ ଦୁର୍ବଳ କରିବା । ଅନ୍ତଜାର୍ତିକ ଗଣମାଧ୍ୟମ ଅଲ୍-ଜରିରା ରିପୋର୍ଟ ମୁତାବକ, ଏହି ଆକ୍ରମଣ ରାସ ଈସା ତେଲ ବନ୍ଦର ଓ ଏହାର ଆଖପାଖ ଅଞ୍ଚଳକୁ ବିଶେଷ ଭାବେ ଟାର୍ଗେଟ୍ କରାଯାଇଥିଲା । ପୋର୍ଟରେ କାର୍ଯ୍ୟରତ କର୍ମଚାରୀ ଓ ଟ୍ରକ୍ ଡ୍ରାଇଭର ଏୟାର ଷ୍ଟ୍ରାଇକରେ ପ୍ରଭାବିତ ହୋଇଛନ୍ତି ।

ରାସ ଈସା ତେଲ ବନ୍ଦର ୟେମେନର ଆର୍ଥିକ୍ ଓ ମାନବୀୟ ସହାୟତା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ।  ଦେଶର ୭୦ ପ୍ରତିଶତରୁ ଅଧିକ ଆମଦାନୀ ଏବଂ ୮୦ ପ୍ରତିଶତ ମାନବୀୟ ସହାୟତା ଏଠାରୁ ହିଁ ଆସିଥାଏ । ଆମେରିକାର ଏହି ହମଲା ପରେ ଏହି ଅଞ୍ଚଳର ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.