ଆମେରିକାରେ ତେଜିଲା ଟ୍ରମ୍ପ ବିରୋଧୀ ଆନ୍ଦୋଳନ, ୫୦ଟି ସହରରେ ୪ଶହ ରାଲି

Published By : Prameya-News7 Bureau | April 20, 2025 IST

ନୂଆଦିଲ୍ଲୀ ୨୦/୪: ଆମେରିକାରେ ତେଜିଲା ଟ୍ରମ୍ପ ବିରୋଧୀ ବିକ୍ଷୋଭ । ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ବିରୋଧରେ ବିରାଟ ପ୍ରତିବାଦ । ମେଳି ବାନ୍ଧିଛନ୍ତି ହଜାର ହଜାର ବିକ୍ଷୋଭକାରୀ । ଆର୍ଥିକ ନୀତି, ଚାକିରି ଉଚ୍ଛେଦ, ଇମିଗ୍ରେସନ ନୀତି ଏମିତି ଟ୍ରମ୍ପଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଜୋରଦାର ଆନ୍ଦୋଳନ ହେଉଛି । ଏନେଇ ଟ୍ରମ୍ପ ସରକାର ପୁନଃ ବିଚାର ନକଲେ ଆନ୍ଦୋଳନ ଆହୁରି ତୀବ୍ର ହେବା ନେଇ ଚେତାବନୀ ଦିଆଯାଇଛି । 

ନ୍ୟୁୟର୍କ ସମେତ ଟେକ୍ସାସ, ଲସଆଞ୍ଜଲେସ ଓ ୱାଶିଂଟନ ପରି ୫୦ଟି ସହରରେ ୪ଶହ ରାଲିର ଆୟୋଜନ କରାଯାଇଛି । ସମସ୍ତେ ଏକାଠି ହୋଇ ଟ୍ରମ୍ପଙ୍କ ଏକପାଖିଆ ନିଷ୍ପତ୍ତିକୁ ବିରୋଧ କରିବା ସହ ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି । ବିକ୍ଷୋଭକାରୀ କହିଛନ୍ତି ଆମେ ଆମର ଦେଶ ହରାଇବାକୁ ଯାଉଛୁ । ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ତାଙ୍କ ବିରୋଧରେ ଏହା ଚତୁର୍ଥ ବିକ୍ଷୋଭ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.