ନୂଆଦିଲ୍ଲୀ:ପକିସ୍ତାନରେ ହିନ୍ଦୁଙ୍କ ଉପରେ ବର୍ବରତା ଜାରି । ପ୍ରଥମେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ହେଉଥିଲା, ଏବେ ମନ୍ତ୍ରୀଙ୍କୁ ବି ଛାଡ଼ୁନାହିନ୍ତି । ପଡୋଶୀ ଦେଶରେ ସୁରକ୍ଷିତ ନୁହନ୍ତି ହିନ୍ଦୁ ମନ୍ତ୍ରୀ । ପାକିସ୍ତାନ ସିନ୍ଧ ପ୍ରଦେଶରେ ହିନ୍ଦୁ ସମୁଦାୟର ରାଜ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି ପ୍ରଦର୍ଶନାକାରୀ । ଶନିବାର ମନ୍ତ୍ରୀ ଖିଲ୍ ଦାସ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବିକ୍ଷୋଭକାରୀମାନେ ହମଲା କରିଥିଲେ ।
ସୂଚନା ଅନୁଯାୟୀ, ଶହବାଜ ସରକାରଙ୍କ ଜନମଙ୍ଗଳକାରୀ ଜଳସେଚନ ପ୍ରକଳ୍ପକୁ ସିନ୍ଧ୍ ପ୍ରଦେଶରେ ଘୋର୍ ବିରୋଧ କରାଯାଉଛି । ଏହି ପ୍ରକଳ୍ପ ଦ୍ବାରା ଦକ୍ଷିଣ ପ୍ରାନ୍ତରେ ଜଳସେନ କରାଗଲେ ପ୍ରମୁଖ ନଦୀଗୁଡ଼ିକର ଜଳ ପ୍ରବାହ ହ୍ରାସ ପାଇବ । ଫଳରେ ହଜାର ହଜାର ଚାଷୀ ପ୍ରଭାବିତ ହେବେ । ତେଣୁ ସେଚ ପ୍ରକଳ୍ପକୁ ବନ୍ଦ କରିବା ଲାଗି ବିରୋଧ କରାଯାଉଛି । ଶନିବାର ରାଜ୍ୟମନ୍ତ୍ରୀ ଖିଲ୍ ଦାସ କୋହିସ୍ତାନୀ ଭଟ୍ଟା ଜିଲ୍ଲାକୁ ଏକ କାର୍ଯ୍ୟକ୍ରମରେ ଯାଉଥିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ମନ୍ତ୍ରୀଙ୍କ କାଫିଲାକୁ ଟମାଟର ଓ ଆଲୁ ମାଡ଼ କରିଥିଲେ ବିକ୍ଷୋଭକାରୀ । ତେବେ ଏହି ଘଟଣାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ସରିଫ୍ ନିନ୍ଦା କରିବା ସହିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି, ଜନପ୍ରତିନିଧିଙ୍କୁ ଆକ୍ରମଣ କରିବା ଗ୍ରହଣୀୟ ନୁହେଁ । ମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ସାମିଲ୍ ଥିବା ବ୍ୟକ୍ତିଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶହବାଜ ସରିଫ୍ କହିଛନ୍ତି । ଖିଲ୍ ଦାସ କୋହିସ୍ତାନୀ ଶାସନ କ୍ଷମତାରେ ଥିବା ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ବାଜ ପାର୍ଟିର ସଦସ୍ୟ ଅଛନ୍ତି । ସେ ଏକ ଧର୍ମିକ କାର୍ଯ୍ୟକ୍ରମରେ ଯାଉଥିବା ବେଳେ ପ୍ରଦର୍ଶନକାରୀ ମାନେ ସଂଘୀୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ତାଙ୍କ ଉପରକୁ ଆଳୁ ଓ ଟମାଟର ମାଡ଼ କରିଥିଲେ ।...