ସୁନ୍ଦରଗଡ ଯିବେ ଦୁଇ ମନ୍ତ୍ରୀ, କୋଇଲା ସ୍କାମର କରିବେ ସରଜମିନ ତଦନ୍ତ

Published By : Prameya-News7 Bureau | April 18, 2025 IST

ସୁନ୍ଦରଗଡ ୧୮/୦୪: ମାଫିଆଙ୍କୁ ଧରିବା ପାଇଁ ସରକାର କରିଛନ୍ତି ଟାର୍ଗେଟ । ଆଜି ସୁନ୍ଦରଗଡ ଆସୁଛନ୍ତି ଦୁଇ ମନ୍ତ୍ରୀ । ଖଣି ମନ୍ତ୍ରୀ ବିଭୁତି ଜେନା ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ । ସୁନ୍ଦରଗଡ ଗୋପାଳପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ରହିଥିବା ଚୋରା କୋଇଲା ଖଣିର କରିବେ ତଦନ୍ତ । ଗତ ୧୦ ତାରିଖରେ ରାଜ୍ୟର ଏକ ସ୍ବତନ୍ତ୍ର ଟିମ ଆସି ଏହି ଖଣିର ତଦନ୍ତ କରିଛନ୍ତି । ଦୁଇ ବିଭାଗର ମନ୍ତ୍ରୀ କରିବେ ଆଜି ଯାଇ ସେଠାରେ ସରଜମିନ ତଦନ୍ତ କରିବେ । 

ସୂଚନା ଥାଉକି, ସୁନ୍ଦରଗଡ ଗସ୍ତରେ ଯାଉଛନ୍ତି ଖଣି ମନ୍ତ୍ରୀ । ଖଣି ଚୋରିର ସ୍ଥିତି ପରିଖିବା ପାଇଁ ସୁନ୍ଦରଗଡ଼ ଯାଉଛନ୍ତି ଦୁଇ ମନ୍ତ୍ରୀ । ସୁନ୍ଦରଗଡ଼ରେ ଖଣି ଚୋରି ମାମଲାର ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିବା ପାଇଁ ବାଣିଜ୍ୟ, ପରିବହନ, ଷ୍ଟିଲ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ସୁନ୍ଦରଗଡ଼ ଗସ୍ତରେ ଯାଇ ଚୋରା କୋଇଲା ଖଣି ଅଞ୍ଚଳ ବୁଲିବେ । 

ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହେମଗିରିକୁ ଆସି ସେଠାରୁ ଗୋପାଳପୁରର ତେଲେନଡ଼ିହି, ରତନସରା, ଓ ଭୋଗ୍ରାକଚ୍ଛା କୁ ଯାଇ ଦେଖିବେ ଚୋରା ଖଣି । କିଭଳି ସୁନ୍ଦରଗଡ଼ରେ ରାଜ୍ୟର ସବୁଠାରୁ ବଡ଼ କୋଇଲା ସ୍କାମ ହୋଇଛି ତାହାର ସତ ଦେଖିବେ ମନ୍ତ୍ରୀ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.