ଆନନ୍ଦପୁର ୧୯।୦୪ : ପୋଖରୀ ଖୋଳିବା ସମୟରେ ବାହାରିଲା ବହୁ ପୁରାତନ ଜୈନ ମୂର୍ତ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଫକିରପୁର ବାଲପଡ଼ା ସାହିରେ ପୋଖରୀ ଖୋଳା ଚାଲିଥିବା ବେଳେ ଏହି ପୁରାତନ ମୂର୍ତ୍ତି ଠାବ ହୋଇଛି। ଜେସିବି ସହାୟତାରେ ପୋଖରୀ ଖୋଳା ଚାଲିଥିବା ବେଳେ ମାଟି ତଳୁ ମିଳିଛି ଏହି ମୂର୍ତ୍ତି । ଯାହାପରେ ପୋଖରୀ ଖୋଳାକୁ ବନ୍ଦ ରଖିଛନ୍ତି ଜମି ମାଲିକ ରଞ୍ଜନ କୁମାର ରାଉତ । ଉଦ୍ଧାର ହୋଇଥିବା ମୂର୍ତ୍ତିଟି ୩ ଫୁଟ୍ ଉଚ୍ଚର ହୋଇଥିବା ବେଳେ ଦେଢ ଫୁଟ ଓସାର ରହିଛି । ଯାହା ୯ମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି । ଉଦ୍ଧାର ପରେ ମୂର୍ତ୍ତିଟିକୁ ନୀଳମାଧବଙ୍କ ମଣ୍ଡପ ଠାରେ ରଖିଛନ୍ତି ଗ୍ରାମବାସୀ ।
ଚୌକି ପାଇଁ ପାର୍ଟି ବଦଳାଇଥାନ୍ତି ନୀତିଶ, ଜେଡିୟୁ-ବିଜ...
