କଟକରେ ଓ୍ବାକଫ୍ ସଂଶୋଧନ ଆଇନ୍ ବିରୋଧରେ ଆନ୍ଦୋଳନ, ଏକାଠି ହେଲେ ହଜାର ହଜାର ଲୋକ

Published By : Prameya-News7 Bureau | April 19, 2025 IST

କଟକ ୧୯।୦୪ : କଟକରେ ଓ୍ବାକଫ୍ ସଂଶୋଧନ ଆଇନ ବିରୋଧରେ ଵଡ ଧରଣର ବିକ୍ଷୋଭ ପ୍ରଦର୍ଶନ । କଟକର ୪୦ଟି ମସଜିଦ କମିଟି ଓ ବିଭିନ୍ନ ମୋହଲ୍ଲା କମିଟିର ହଜାର ହଜାର ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ଓ୍ବାକଫ୍ ସଂଶୋଧନ ଆଇନକୁ ବିରୋଧ କରି ହଜାର ହଜାର ଲୋକ ପୁରୀଘାଟ ନିକଟରେ ଥିବା ଗାନ୍ଧୀ ଭବନରୁ ଏକ ଶୋଭାଯାତ୍ରାରେ ଆସିଥିଲେ । ଏହାପରେ ଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ପହଞ୍ଚିଵା ପରେ ବିକ୍ଷୋଭ ଓ ପ୍ରତିଵାଦ ସଭାର ଆୟୋଜନ କରାଯାଇଥିଲା। ଭାରତୀୟ ସମ୍ବିଧାନର ମୂଳ ଢାଞ୍ଚା ଏଭଳି ଆଇନ ଦ୍ବାରା ପ୍ରଭାବିତ ହେଵ ଵୋଲି ଆନ୍ଦୋଳନକାରୀମାନେ ମତ ଦେଇଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ତିନି ଆଞ୍ଚଳିକ ଦଳ ସଂଖ୍ୟାଲଘୁ ଭୋଟ ହାତେଇବା ପରେ ଓ୍ବାକଫ୍ ବିଲକୁ ସମର୍ଥକ ଦେଇ ସଂଖ୍ୟାଲଘୁ ଵିରୋଧି କାମ କରିଛନ୍ତି ବୋଲି ମୁସଲିମ ବୁଦ୍ଧିଜୀବିମାନେ ମତ ଦେଇଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.