ବ୍ରହ୍ମପୁର ୧୨।୪: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଠାରୁ ସାଇବର ଠକେଇ ଘଟଣାରେ ବ୍ରହ୍ମପୁର ପୋଲିସକୁ ମିଳିଲା ବଡ଼ ସଫଳତା । ଦୁଇ ସାଇବର ଠକକୁ ଗୁଜରାଟରୁ ଗିରଫ କଲା ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ପୋଲିସ । କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଠକି ନେଇଥିଲେ ସାଇବର ଠକ ।
ଫେବୃଆରୀ ୧୪ ତାରିଖରେ ଦୀପଙ୍କର ବର୍ମା ଅର୍ଥ ହେରେଫେର ମାମଲାରେ ସମ୍ପୃକ୍ତ ଦର୍ଶାଇ ସିବିଆଇ ଅଫିସର ତଦନ୍ତ କରୁଥିବା କହି ଡିଜିଟାଲ ଆରେଷ୍ଟ କରିଥିଲେ । ସୁପ୍ରିମକୋର୍ଟର ୱାରେଣ୍ଟ ଅଛି । ୧୪ ଲକ୍ଷ ଟଙ୍କା ଦିଆଯାଇଥିବା ଆକାଉଣ୍ଟରେ ଡିପୋଜିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୁଳପତି ମଧ୍ୟ ସମ୍ପୃକ୍ତ ଆକାଉଣ୍ଟରେ ୧୪ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ । ତଦନ୍ତ ପରେ ୨୨ ତାରିଖ ଭିତରେ ଟଙ୍କା ଫେରସ୍ତ ହେବ ବୋଲି କହିଥିଲେ । ୧୫ ତାରିଖରେ ୮୦ ହଜାର ଟଙ୍କା ଆକାଉଣ୍ଟକୁ ଫେରସ୍ତ କରିଥିଲେ । କିନ୍ତୁ ବଳକା ଅର୍ଥ ୨୩ ତାରିଖ ଭିତରେ ଆଉ ଫେରସ୍ତ ନହେବାରୁ ଫେବୃଆରୀ ୨୪ ତାରିଖରେ କୁଳପତି ବ୍ରହ୍ମପୁର ସାଇବର ପୋଲିସ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି ଗୁଜରାଟରୁ ଭୁତୀୟା ଯେନିଲ ଓ ବିଶ୍ୱଜିତ ସିନ ଗୋହିଲ ଦୁଇ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ଗିରଫ ଦୁଇ ଣଙ୍କ ଠାରୁ ବହୁତ ତଥ୍ୟ ମିଳିଛି । ଗୁଜରାଟ ଭାବାନଗର ସିଜେଏମ କୋର୍ଟରେ ହାଜର କରିବା ପରେ ଟ୍ରାଂଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ପୋଲିସ । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍ପି କହିଛନ୍ତି ।
You Can Read:
କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାର ତଦନ୍ତ କରିବ NIA, ଗ୍ରହଣ କଲା ତଦନ୍ତ ଭାର