ମାଲକାନଗିରି ୦୪/୦୩: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓ ହିଂସା । ଘରେ ଶୋଇଥିବାବେଳେ ବୃଦ୍ଧଙ୍କୁ ନିର୍ମମ ଭାବରେ ଗଳାକାଟି ହତ୍ୟା କରିଛନ୍ତି । ମୃତକ ପୂର୍ବତନ ବିଧାୟକ ମନିଷ କୁଞ୍ଜାଲଙ୍କ ସାନ ଶ୍ବଶୁର କମଲୁ ହିଡମା । ସେ ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ପେଣ୍ଟାପାଡ ଗାଁ ସ୍ଥିତ ନିଜ ଘରେ ଶୋଇଥିଲେ । ତେବେ ରାତିରେ ୨୦ରୁ ୩୫ ଜଣ ମାଓବାଦୀ ଘରେ ପଶି ଏପରି ବର୍ବର କାଣ୍ଡ ଘଟାଇଛନ୍ତି । ତେବେ ମାଓବାଦୀମାନେ କାହିଁକି କମଲୁଙ୍କୁ ହତ୍ୟା କଲେ ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମାଓବାଦୀଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଚାଲିଛି ।
ଆସନ୍ତା ୩୦ରେ ଅନ୍ତୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ, ୫...
