କୁନାଲ କାମରାଙ୍କୁ ବଡ଼ ଆଶ୍ୱସ୍ତି , ଗିରଫଦାରୀ ଉପରେ ରୋକ୍ ଲଗାଇଲେ ବମ୍ଵେ ହାଇକୋର୍ଟ

Published By : Prameya-News7 Bureau | April 17, 2025 IST

ମୁମ୍ଵାଇ ୧୭।୦୪; ବମ୍ବେ ହାଇକୋର୍ଟରୁ କୁନାଲ କାମରାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର (୧୬ ଏପ୍ରିଲ) ଦିନ ତିନି ଘଣ୍ଟାରୁ ଅଧିକ ସମୟ ଧରି ଶୁଣାଣି କରିବା ପରେ, କୋର୍ଟ ଏଫଆଇଆର ବାତିଲ କରିବା ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏହା ଉପରେ ନିଷ୍ପତ୍ତି ନିଆଯାଇ ନାହିଁ, ସେପର୍ଯ୍ୟନ୍ତ କୁନାଲ କାମରାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ ।

କୁନାଲ କାମରାଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ଲଗାଗଲା

ମୁମ୍ବାଇରେ ଏକ କମେଡି ଶୋ’ ସମୟରେ କାମରା ପରୋକ୍ଷରେ ସିନ୍ଦେଙ୍କ ଉପରେ 'ବିଶ୍ୱାସଘାତକ' ମନ୍ତବ୍ୟ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ୩୬ ବର୍ଷୀୟ ଷ୍ଟାଣ୍ଡ-ଅପ୍ କମେଡିଆନ ତାଙ୍କ ବିରୁଦ୍ଧରେ ଏଫଆଇଆର ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶିବସେନା ବିଧାୟକଙ୍କ ଅଭିଯୋଗ ପରେ ଏହି ଏଫଆଇଆରରେ ଏକ ମାମଲା ରୁଜୁ ହୋଇଥିଲା।

କାମରା ତାଙ୍କ ଆବେଦନରେ କହିଥିଲେ ଯେ ତାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ଅଭିଯୋଗ ଗୁଡ଼ିକ ତାଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ତାଙ୍କର ଅଭିବ୍ୟକ୍ତି ସ୍ୱାଧୀନତା, ବୃତ୍ତିଗତ କାର୍ଯ୍ୟକଳାପ ଜାରି ରଖିବାର ଅଧିକାରକୁ ଉଲ୍ଲଂଘନ କରେ।

କାମରା ଏହି ବିଷୟରେ ସ୍ପଷ୍ଟୀକରଣ ଦେଇଥିଲେ

ଅନ୍ୟପକ୍ଷରେ, କାମରା କହିଛନ୍ତି ଯେ ଏହା ଏକ ମଜା ଥିଲା ଏବଂ ତାଙ୍କର ମନ୍ତବ୍ୟ କାହାକୁ ଅପମାନିତ କିମ୍ବା ନୀଚ କରିବା ପାଇଁ ନଥିଲା। ସେ ଏହାକୁ ହାସ୍ୟରସ ଭାବରେ ଉପସ୍ଥାପନ କରିଥିଲେ, କହିଥିଲେ ଯେ ଏହା ତାଙ୍କ ଶୋ’ର ଏକ ଅଂଶ। କାମରାଙ୍କ ବିରୋଧରେ ଅନ୍ୟ ଥାନାରେ ମଧ୍ୟ ଅଭିଯୋଗ ଆସିବା ପରେ ମାମଲାଟି ଅଧିକ ଜଟିଳ ହୋଇଗଲା। ତଥାପି, ସମଗ୍ର ପ୍ରସଙ୍ଗର ଗମ୍ଭୀରତାକୁ ଅନୁଭବ କରି, କୋର୍ଟ ଗିରଫଦାରୀ ଉପରେ ସ୍ଥଗିତାଦେଶ ଲଗାଇଥିଲେ ଏବଂ ଶୀଘ୍ର ଏହି ମାମଲାରେ ଏକ ନିର୍ଦ୍ଦେଶ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.