ନୂଆଦିଲ୍ଲୀ ୧୯/୦୪: ଦିଲ୍ଲୀ ଦୟାଲପୁରରେ ବିଳମ୍ୱିତ ରାତିରେ ଭୁଶୁଡିଲା କୋଠା । ୪ ମୃତ ୧୮ରୁ ଅଧିକ ଫସିରହିଥିବା ଅନୁମାନ । ଅଗ୍ନିଶମ ବିଭାଗ ପକ୍ଷରୁ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଉତ୍ତର-ପୂର୍ବ ଦିଲ୍ଲୀର ଦୟାଲପୁର ମୁସ୍ତଫାବାଦ ଅଞ୍ଚଳରେ ବଡ଼ ଅଘଟଣ ଘଟିଛି ।
ସୂଚନା ଥାଉକି, ଶୁକ୍ରବାର ବିଳମ୍ବିତ ରାତି ପାଖାପାଖି ୩ଟାରେ ୪ ମହଲା ବିଲ୍ଡିଂ ଭୁଶୁଡ଼ିପିଡଥିଲା । ସଂଗେ ସଂଗେ ସେଠାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ବି ଭଗ୍ନାବଶେଷ ତଳେ ପାଖାପାଖି ୧୦ ରୁ ଅଧିକ ଜଣ ଫସିରହିଥିବା ଅନୁମାନ । ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।