26/11 ମାଷ୍ଟରମାଇଣ୍ଡ ପ୍ରଥମେ ମାଗିଥିଲା ପେନ, ପେପର ଓ କୋରାନ, ଏବେ ମାଗୁଛି ନନଭେଜ ଖାଦ୍ୟ

Published By : Prameya-News7 Bureau | April 20, 2025 IST

ନୂଆଦିଲ୍ଲୀ ୨୦।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଭାରତ ଆସି ସାରିଛି। ଏବେ ସେ ଜେଲରେ ଥିବା ବେଳେ କିଛି ଖାସ ସୁବିଧା ସୁଯୋଗ ଦାବି କରୁଛି। ସୁତ୍ର ଅନୁସାରେ ରାଣା ନା କେବଳ ନିଜ ପରିବାର ସହ କଥା ହେବାକୁ ଚାହୁଁଛି ସେ ଜେଲ ଅଧିକାରୀଙ୍କୁ ପେନ, ପେପର ଓ କୋରାନ ମାଗିଥିଲା ଯାହା ପୁରଣ କରିଦିଆଯାଇଛି। ଏବେ ସେ କର୍ତ୍ତୃପକ୍ଷଙ୍କ ନିକଟରେ ନନଭେଜ ଖାଦ୍ୟ ପାଇଁ ଡିମାଣ୍ଡା କରିଛି। ଯାହାକୁ ନେଇ ଦେଶରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

ତେବେ ଏଠାରେ ପ୍ରଶ୍ନ ଉଠୁଛି ଜେଲରେ ବନ୍ଦୀ କୈଦୀଙ୍କ ସବୁ ଇଛା ପୁରା କରାଯାଏ କି? ଭାରତରେ ବନ୍ଦୀଙ୍କୁ ନେଇ କଣ ନୀତି ନିୟମ ରହିଛି ଆସନ୍ତୁ ଜାଣିବା। 

ଭାରତରେ ପ୍ରିଜିନ୍ସ ଆକ୍ଟ ୧୮୯୪, ମଡେଲ ପ୍ରିଜିନ୍ସ ମାନୁଆଲ ଓ ଦିଲ୍ଲୀ ପ୍ରିଜିନ୍ସ ଆକ୍ଟ ୨୦୦୨ ଆଇନରେ ଜେଲରେ ବନ୍ଦୀ କୈଦୀଙ୍କ ଅଧିକାର ଓ ସୁବିଧା ନିର୍ଦ୍ଧାରଣ କରାଯାଇଛି। ଅଣ୍ଡର ଟ୍ରାୟଲ କୈଦୀ ଅର୍ଥାତ ଯେଉଁମାନଙ୍କ ଉପରେ ଏବେ ମକଦ୍ଦମା ଚାଲୁଛି ହେଲେ ଦଣ୍ଡ ମିଳି ନାହିଁ ସେମାନଙ୍କୁ କିଛି ଅତିରିକ୍ତ ସୁବିଧା ପ୍ରଦାନ କରାଯାଉଛି। କୈଦୀଙ୍କର ମୌଳିକ ଅଧିକାର ରହିଛି, ସମ୍ବିଧାନ ଅନୁସାରେ କିଛି ଅଧିକାର ନାଗରିକଙ୍କୁ ମିଳିଥାଏ ତେବେ ସେ ଜେଲରେ ଥାନ୍ତୁ ଅଥବା ବାହାରେ ଥାନ୍ତୁ। ତାଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଏନି। 

ଜେଲରେ ବନ୍ଦୀଙ୍କୁ ପିଇବା ନିମନ୍ତେ ସ୍ୱଚ୍ଛ ପାଣି, ସ୍ୱାସ୍ଥ୍ୟକର ଭୋଜନ, ଶୋଇବା ପାଇଁ ବିଛଣା ଓ ଚିକିତ୍ସା ସେବା ଯୋଗାଇ ଦିଆଯାଏ। ଏହାଛାଡ ଆଇନଗତ ପରାମର୍ଶ ନେବାକୁ ଅଧିକାର ଦିଆଯାଇଥିବା ବେଳେ ପରିବାରକୁ ଭେଟିବା ଓ ପତ୍ର ଲେଖିବାର ମଧ୍ୟ ଅନୁମତି ରହିଛି। ସେହିପରି ବିଚାରଧୀନ ବନ୍ଦୀଙ୍କୁ ଗଣମାଧ୍ୟମ ସହ କଥାବାର୍ତ୍ତା ମଧ୍ୟ କରାଯାଏ। 

ଜେଲରେ କୈଦୀଙ୍କ ସାଧାରଣ ଦାବି କଣ ଥାଏ?
ସାଧାରଣତଃ ବନ୍ଦୀ ବହିପତ୍ର, ଔଷଧ, ଘର ଖାଦ୍ୟ, ମଶାରି, ବିଛଣା ଓ ଚାଦର ଆଦି ମାଗିଥାନ୍ତି। ଏଥିରେ ବନ୍ଦୀ ଯଦି ହାଇପ୍ରୋଫାଇଲର ତେବେ ସେ ତାଙ୍କ ସୁରକ୍ଷା ନିମନ୍ତେ ଅତିରିକ୍ତ ବ୍ୟବସ୍ଥା ଦାବି କରିପାରନ୍ତି। ଯଦି କୋର୍ଟ ଅନୁମତି ଦିଅନ୍ତି ବନ୍ଦୀ ନିଜ ପୋଷାକ ପିନ୍ଧି ପାରନ୍ତି ଓ ବାହାରୁ ନିଜର ସାମଗ୍ରୀ ମଗାଇ ପାରନ୍ତି। 

ଜେଲରେ କୈଦୀଙ୍କ ସବୁ ଦାବି ପୁରା କରାଯାଏ?
ଜେଲରେ କୈଦୀଙ୍କ ସବୁ ଦାବି ପୁରଣ କରାଯାଏନି। ବାହାରୁ କୌଣସି ଜିନିଷ ମଗାଇବାକୁ ହେଲେ କୋର୍ଟଙ୍କ ମଞ୍ଜୁରୀ ନେବାକୁ ପଡେ। ଜେଲ ପ୍ରଶାସନ କୌଣସି ବନ୍ଦୀଙ୍କୁ ଖାସ ସୁବିଧା ସୁଯୋଗ ଦେଇ ନଥାନ୍ତି କି କାହା ପ୍ରତି ପାତର ଅନ୍ତର କରନ୍ତିନି। ସ୍ୱତନ୍ତ୍ର ଖାଦ୍ୟ ଯେପରିକି ନନ ଭେଜ କେବଳ ମେଡିକାଲ ଅଥବା ଧାର୍ମିକ ଆଧାରରେ ମଞ୍ଜୁର କରାଯାଏ। ପ୍ରିଜିନ ଆକ୍ଟ ୧୮୯୪ ଅନୁସାରେ ଜେଲ ଅଧିକାରୀ କୌଣସି ବନ୍ଦୀଙ୍କ ସହିତ ବ୍ୟବସାୟୀକ ନେଣଦେଣ କରିପାରିବେ ନାହିଁ। ସେହିପରି ସେ ବନ୍ଦୀଙ୍କୁ କୌଣସି ବିଶେଷ ସୁବିଧା ମଧ୍ୟ ଦେଇ ପାରିବେନି। 

ତହବୁର ରାଣା ଭଳି ହାଇପ୍ରୋଫାଇଲ କୈଦୀଙ୍କ ଡିମାଣ୍ଡକୁ ନେଇ ହୁଏତ ଚର୍ଚ୍ଚା ହେଉଥାଇପାରେ, ହେଲେ ଭାରତର ଜେଲ ନିୟମ ଅନୁସାରେ ସବୁ କୈଦୀଙ୍କୁ ସମାନ ଓ ନ୍ୟାୟପୂର୍ଣ୍ଣ ବ୍ୟବହାର କରାଯାଏ। କୈଦୀଙ୍କ ସବୁ ଦାବିକୁ ଆଗତ ପ୍ରକ୍ରିୟା ଓ ଜେଲ ନିୟମ ଅନୁସାରେ ସ୍ୱୀକାର ଅଥବା ଅସ୍ୱୀକାର କରାଯାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.