ଘଟଗାଁ୧୪/୪: ଖୁବଶୀଘ୍ର ଘଟଗାଁ ମାଆ ତାରିଣୀଙ୍କ ମନ୍ଦିର ଓ ମନ୍ଦିର ପାରିପାର୍ଶିକ ବିକାଶ କାମ ଆରମ୍ଭ ହେବ । ଏଥିପାଇଁ ୨୧୫ କୋଟିରୁ ଅଧିକ ଟଙ୍କାର ଡିପିଆର ପ୍ରସ୍ତୁତ ହୋଇଛି । ଓଡ଼ିଆ ନବ ବର୍ଷରେ ଘଟଗାଁ ଗସ୍ତ କରି ମାଆ ତାରିଣୀଙ୍କୁ ଦର୍ଶନ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଆଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ବିକାଶ ପାଇଁ ପ୍ରାର୍ଥନା କରିଛନ୍ତି ।
ସୋମବାର ଦିନିକିଆ ଗସ୍ତରେ କେନ୍ଦୁଝର ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।
କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ତାରିଣୀଙ୍କର ବାର୍ଷିକ ଉତ୍ସବ । ଓଡ଼ିଆ ନୂଆବର୍ଷରେ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଇଛନ୍ତି ମାଆ । ପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ୧୯୩୭ ମସିହାରୁ ମହା ଆଡମ୍ବରରେ ମାଆଙ୍କ ବାର୍ଷିକ ଉତ୍ସବ ପାଳନ ହୋଇ ଆସୁଛି ।