ରାସ୍ତାରେ ଥୁଆ ହୋଇଛି ସ୍କୁଟି,ଗଛରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ,ଜଙ୍କିଆ ପୋଲିସର ଛାନ୍‌ଭିନ୍

Published By : Prameya-News7 Bureau | April 17, 2025 IST

ଖୋର୍ଦ୍ଧା ୧୭/୪: ରାସ୍ତାରେ ଥୁଆ ହୋଇଛି ସ୍କୁଟି । ଗଛରେ ଝୁଲୁଛି ମୃତଦେହ । ଗୁରୁବାର ସକାଳୁ ସକାଳୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଜଙ୍କିଆ ଥାନା ଗୌଡପାଟଣା ଗାଁରେ ପଡିଯାଇଥିଲା ଚହଳ । ଗଛର ଗୋଟିଏ ଡାଳରେ ଓଢଣିରେ ଯୁବକ-ଯୁବତୀଙ୍କ ମୃତଦେହ ଝୁଲୁଥିବା ନେଇ ଗାଁରେ ଖବର ପ୍ରଚାର ହୋଇଯାଇଥିଲା । ଯିଏ ଯେଉଁଠି ଥିଲେ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ ।  

ଉଭୟ ଯୁବକ ଯୁବତୀ ସୁନାଖଳା ଅଞ୍ଚଳର ବୋଲି ଜଣାପଡିଛି । ଯୁବକଙ୍କ ନାଁ ଅଜୁ । ସେ ସୁନାଖଳା ବଜାରରେ ଏକ ଗ୍ୟାରେଜରେ କାମ କରୁଥିଲେ । ଯୁବତୀ ଜଣକ ମଧ୍ୟ ଏକ ବିଉଟି ପାର୍ଲରରେ କାମ କରୁଥିବା ନେଇ ସୂଚନା ରହିଛି । ତେବେ କେଉଁ କାରଣରୁ ଉଭୟ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଜଙ୍କିଆ ପୋଲିସ । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ଛାନ୍‌ଭିନ୍‌ ଚଳାଇଛି ପୋଲିସ । 

  • OdishaNews
  • Khordha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.