ଭଦ୍ରକରେ ରାଜନୈତିକ ବିବାଦରୁ ୨ ଗୋଷ୍ଠୀ ମୁହାଁମୁହିଁ, ଫୁଟିଲା ହାତ ବୋମା, ୭ ଗୁରୁତର

Published By : Prameya-News7 Bureau | April 17, 2025 IST

ଭଦ୍ରକ୧୭/୪: ଭଦ୍ରକରେ ୨ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ । ଫୁଟିଲା ବୋମା । ୭ ଗୁରୁତର ମେଡିକାଲରେ ଭର୍ତ୍ତି । ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ  । ସୂଚନା ମୁତାବକ ବୁଧବାର ରାତିରେ ତିହିଡି ଥାନାର କାଁପଡା ଗାଁରେ ବାଇକରେ ଆସି ଗାଁ ଦାଣ୍ଡରେ ବୋମାମାଡ କରିଥିଲେ । ଗାଁ ଦାଣ୍ଡରେ ବସିଥିବା କେତେଜଣଙ୍କୁ ଲକ୍ଷ୍ୟ କରି ହାତ ତିଆରି ବୋମା ଫିଙ୍ଗିଥିଲେ । ବୋମା ମାଡ ଯୋଗୁ ୭ ଜଣ ଗୁରୁତର ହୋଇଛନ୍ତି । 

ସମସ୍ତଙ୍କୁ ପ୍ରଥମେ ତିଡିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇଁ କାଁପଡା ଗାଁରେ ପହଞ୍ଚିଥିଲା ତିହିଡି ପୋଲିସ । ବୋମା ମାଡ ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । କୌଣସି ଅଘଟଣ ଆଶଙ୍କାରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ପୁରା ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ତିହିଡି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.