ଓଡ଼ିଶା ପାଇଁ ଭଲ ସମୟ ଆସୁଛି, ଆଗାମୀ ୫ବର୍ଷ ଭିତରେ ଲକ୍ଷ୍ୟ ଠାରୁ ବି ଅଧିକ କାମ ହେବ

Published By : Prameya-News7 Bureau | June 08, 2025 IST

ଭୁବନେଶ୍ବର ୮ଲୋକସେବା ଭବନରେ ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ରାଜ୍ୟରେ ଶିଳ୍ପର ବିକାଶ ନେଇ ଆଲୋଚନା ହୋଇଛି । ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ଶିଳ୍ପ ସଚିବ ସାମିଲ ହୋଇଛନ୍ତି ।

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପପତିଙ୍କ ସହ ଆଲୋଚନା ହେଲା । ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । ୧୩ ଲକ୍ଷ କୋଟି ଟଙ୍କାର ଏମ୍‌ଓୟୁ ହୋଇଥିଲା । ଗ୍ରାଉଣ୍ଡ ବ୍ରେକିଂ ହୋଇଛି କି ନାହିଁ, ନା କେବଳ ଏମଓୟୁ ହେଉଛି ପୂର୍ବ ସରକାର ଭଳି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏମଓୟୁ ହେଲା ପରେ ଗ୍ରାଉଣ୍ଡ ବ୍ରେକିଂ କ୍ଷେତ୍ରରେ ବିଜେପି ସରକାର ସଫଳ ହୋଇଛି । ଖୋର୍ଦ୍ଧାରେ ୬ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ ହୋଇଛି ଏବଂ ୩୦ ହାଜର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । କଳିଙ୍ଗ ନଗରରେ ଲକ୍ଷାଧିକ କୋଟି ଟଙ୍କାର ୧୪ଟି କମ୍ପାନୀ ପାଇଁ ଶିଳାନ୍ୟାସ ହୋଇଛି । ଢେଙ୍କାନାଳରେ ଶିଳ୍ପ ପାଇଁ ଗ୍ରାଉଣ୍ଡ ବ୍ରେକିଂ ହେଲା । ଗଞ୍ଜାମ ଛତ୍ରପୁର ଠାରେ ୧୨ଟି କମ୍ପାନୀ ସହ ଏମଓୟୁ ସାଇନ୍ ହେଲା । 

ଉତ୍କର୍ଷ ଓଡ଼ିଶାର ମାତ୍ର ୪ ମାସ ଭିତରେ ୪ଟି ସ୍ଥାନରେ ୫୬ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇ ୧.୭୮ ଲକ୍ଷ କୋଟିର ପୁଞ୍ଜିନିବେଶ ଆସିଲା । ୧ ଲକ୍ଷ ୧୦ ହାଜର ଯୁବକ ପାଇବେ ରୋଜଗାର । ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ । ୫ ବର୍ଷ ଭିତରେ ଯାହା ହୋଇନଥିଲା, ଗୋଟିଏ ବର୍ଷ ଭିତରେ ହୋଇଛି । ଖଣି, ଧାତୁ, କେମିକାଲ, ବସ୍ତ୍ର, ଇଲେକ୍ଟ୍ରୋନିକ୍ସ, ପର୍ଯ୍ୟଟନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଶିଳ୍ପ କରିବା ପାଇଁ ଯୋଜନା ରହିଛି । 

୨୦୩୬ ସମୃଦ୍ଧ ଓଡ଼ିଶା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଓଡ଼ିଶା ପାଇଁ ଭଲ ସମୟ ଆସୁଛି । ଶିଳ୍ପ ଭିତ୍ତିଭୂମି, ରେଳ, ରୋଡ଼ ଭିତ୍ତିଭୂମି, ୩ ବନ୍ଦରର କାପାସିଟି ବୃଦ୍ଧି, ଆଉ ୩ଟି ବନ୍ଦର ବିକଶିତ କରିବା ପାଇଁ ଆଗକୁ ପଦକ୍ଷେପ ନିଆଯିବ । କିଛି ଜେଟି ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଆଗାମୀ ୫ ବର୍ଷ ଭିତରେ ଲକ୍ଷ୍ୟ ଠାରୁ ବି ଅଧିକ କାମ ହେବ । ୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା ।


You Can Read:

ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା, ଭୁବନେଶ୍ୱରରେ ହେବ ଓଡ଼ିଶା ମଣ୍ଡପ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.