ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା : ନିର୍ମାଣ ହେବ ୮୦୦ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ

Published By : Prameya-News7 Bureau | August 21, 2025 IST

ଭୁବନେଶ୍ବର ୨୧।୮: ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ପ୍ରସ୍ତୁତ ହେଲା ଦୀର୍ଘ ମିଆଦୀ ଯୋଜନା । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଫାଉଣ୍ଡେସନ ଖର୍ଚ୍ଚ ବଢାଇବାକୁ କେନ୍ଦ୍ର ନିକଟରେ ଦାବି ହୋଇଛି । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ଓଡ଼ିଶାର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ୭ଟି ବୁକ୍‌ଲେଟ୍ ପ୍ରଦାନ କରିଛନ୍ତି ମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସହଯୋଗ ଲୋଡିଲେ । ରାଜ୍ୟରେ ୮୦୦ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଲେ ମନ୍ତ୍ରୀ । ଆଗୁଆ ପାଣିପାଗ ସୂଚନାକୁ ଆଧୁନିକ କରଣ ପାଇଁ ସହାୟତା ଲୋଡିଲେ । 

ବାତ୍ୟା-ବନ୍ୟା ସମୟରେ ଶକ୍ତି ବିଭାଗ କ୍ଷତିଗ୍ରସ୍ତ ହେଉଛି । ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ୍ ହେଉଛି । ଓଡ଼ିଶାରେ ମୁଖ୍ୟତଃ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ଅଣ୍ଡର ଗ୍ରାଉଣ୍ଡ କରିବା ପାଇଁ ସାଢ଼େ ୭ ହଜାର କୋଟି ପ୍ରାଥମିକ ସ୍ତରରେ ଖର୍ଚ୍ଚ ହେବ ସେଥିପାଇଁ ଆଲୋଚନା ହୋଇଛି । ଏହାସହ ପ୍ରଭାବିତ ଅଞ୍ଚଳରେ ବାରମ୍ବାର ଘର ନଷ୍ଟ ହେଉଛି । ତେଣୁ ତାର ଖର୍ଚ୍ଚ ବୃଦ୍ଧି ପାଇଁ ଯୋଜନା ହେଉଛି । ଲ୍ୟାଣ୍ଡ ସେଟଲମେଣ୍ଟକୁ ନେଇ ବହୁ ସମସ୍ୟା ଅଛି, ଜମିଜମା ମାମଲାର ନିଖୁଣ ସମାଧାନ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି  । FCIର ସମସ୍ୟା ଅଛି ସେ ବାବଦରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି  ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହ : ଆତ୍ମାହୁତି ଉଦ୍ୟମ ବେଳେ ସ୍ତ୍ରୀ ଏବଂ ୩ ପିଲା ଉଦ୍ଧାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.