ବୃଦ୍ଧାଙ୍କୁ କୋଦାଳରେ ହାଣି ନିର୍ମମ ହତ୍ୟା, ୬ ବର୍ଷ ତଳେ ହତ୍ୟାର ଶିକାର ହୋଇଥିଲେ ସ୍ବାମୀ

Published By : Prameya-News7 Bureau | July 02, 2025 IST

ପାଟଣା ୨।୭: ବୃଦ୍ଧାଙ୍କୁ ନିର୍ମମ ହତ୍ୟା । କୋଦାଳରେ ହାଣି ହତ୍ୟା କଲେ ଅଭିଯୁକ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାରେ ପାଟଣା ଥାନା ଫୁଲପାହାଡ଼ି ଗ୍ରାମର ଭାଲୁଘରା ସାହିରେ ବୃଦ୍ଧାଙ୍କୁ କୋଦାଳରେ ହାଣି ହତ୍ୟା କରାଯାଇଛି । ହତ୍ୟା କରିବା ପରେ ଲୋକଙ୍କୁ ପଥର ଧରି ଗୋଡ଼ାଇଲା ଅଭିଯୁକ୍ତ । ଯାହାକୁ ନେଇ ଗାଁରେ ଭୟର ବାତାବରଣ ଖେଳିଯାଇଛି । ମୃତକ ହେଉଛନ୍ତି ଫୁଲପାହାଡ଼ି ଗାଁର ତୁଳସୀ ମାଝୀ । ତେବେ ବୃଦ୍ଧାଙ୍କୁ କାହିଁକି ହତ୍ୟା କରିଛନ୍ତି ଅଭିଯୁକ୍ତ ତାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ସୂଚନା ଅନୁସାରେ ୬ବର୍ଷ ପୂର୍ବରୁ ବୃଦ୍ଧାଙ୍କ ସ୍ୱାମୀଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା ।

You Can Read:

ଛେଳି ଚରାଇବାକୁ ଯାଇଥିଲେ ମହିଳା, ଦୁଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.