କଟକ ୩୦/୧: ବାରବାଟୀ ୱାନ ଣ୍ଡେ ପାଇଁ ଏବେଠାରୁ ପିଚ୍ ଏବଂ ଆଉଟଫିଲ୍ଡ ଉପରେ ସ୍ବତନ୍ତ୍ର ନଜର ରଖିଛି ଆୟୋଜକ ଓସିଏ। ତେବେ ବର୍ତ୍ତମାନର ଟ୍ରେଣ୍ଡ ହେଉଛି ହାଇ ସ୍କୋରିଙ୍ଗ ମ୍ୟାଚ। ତାକୁ ଆଖିରେ ରଖି ବାରବାଟୀର ପିଚ ପ୍ରସ୍ତୁତ କରାଯାଉଛି। ଯଦିଓ ପଡିଆ ମଝିରେ ୫ ଟି ପିଚ ପ୍ରସ୍ତୁତ ହୋଇ ରହିଛି । କିନ୍ତୁ ଫେବୃୟାରୀ ୯, ୱାନ ଣ୍ଡେ ପାଇଁ ୨ ଟି ପିଚକୁ ଫୋକସରେ ରଖାଯାଇଛି। ମୁମ୍ବାଇରୁ ଅଣାଯାଇଥିବା ନାଲି ମାଟିରେ ଗୋଟିଏ ପିଚ, ଅନ୍ୟଟି କଳାହାଣ୍ଡିର କଳା ମାଟିରେ ପ୍ରସ୍ତୁତ ହୋଇଛି। କିନ୍ତୁ ଆୟୋଜକ ଓସିଏ ଚାହୁଁଛି ବ୍ଲାକ ସଏଲ ପିଚରେ ହିଁ ମ୍ୟାଚ ହେଉ। କାରଣ ପୂର୍ବରୁ ଏହି ପିଚ ଅଧିକ ଇଫେକଟିଭ ହୋଇଛି, ହେଲେ ଚୂଡାନ୍ତ ନିଷ୍ପତ୍ତି ରହିବ ମ୍ୟାଚ ରେଫରୀଙ୍କ ପାଖରେ ।
ଏହା ଭିତରେ ବାରବାଟୀର ପିଚ୍ ଏବଂ ଆଉଟଫିଲ୍ଡ ପ୍ରସ୍ତୁତିକୁ ନୀରିକ୍ଷଣ କରିସାରିଛନ୍ତି ବିସିସିଆଇ ଚିଫ କ୍ୟୁରେଟର ଆଶିଷ ଭୈମିକ। କିନ୍ତୁ ବର୍ତମାନର ସ୍ଥିତି କହୁଛି କି ୯ ତାରିଖରେ ହେବାକୁ ଥିବା ୱାନ ଣ୍ଡେ ପାଇଁ କାକର ଏକ ପ୍ରମୁଖ ସମସ୍ୟା ହେବାଟା ନିଶ୍ଚିତ। ଯାହାକୁ ନିୟନ୍ତ୍ରଣ କରିବାଲାଗି, ନୂଆ ସୁପର କିଣିଛି ଓସିଏ। ହେଲେ ମ୍ୟାଚର ୩ ଦିନ ଆଗରୁ ଆଉଟଫିଲ୍ଡରେ ସ୍ବତନ୍ତ୍ର କେମିକାଲ ସ୍ପ୍ରେ କରାଯିବ। ମ୍ୟାଚ ଦିନ ଆବଶ୍ୟକ ପଡିଲେ ମାନୁଆଲ ପ୍ରସେସରେ ଡ୍ୟୁ କଣ୍ଟ୍ରୋଲ କରିହେବ ବୋଲି ଓସିଏ କ୍ୟୁରେଟର କହୁଛନ୍ତି।
ସାଧାରଣତଃ ୱାନ ଣ୍ଡେ ଇଣ୍ଟରନ୍ୟାସନାଲ ପାଇଁ ପିଚ୍ ଉପରେ ୨ ରୁ ୩ ମିଲିମିଟର ଘାସ ରହେ। ଯାହା ଏକ ହାଇ ସ୍କୋରିଙ୍ଗ ମ୍ୟାଚ ପାଇଁ ଅନୁକୂଳ। କିନ୍ତୁ କାକର ନିୟନ୍ତ୍ରଣ ନହୋଇ ପାରିଲେ ଆଉଟଫିଲ୍ଡ ସ୍ଲୋ ହେବାଟା ନିଶ୍ଚିତ, ଯାହା ହୁଏତ ଏକ ବିଗ ସ୍କୋରିଙ୍ଗ ମ୍ୟାଚ ପାଇଁ ସମସ୍ୟା ସୃଷ୍ଟି କରିପାରେ।