ସୋର ୯।୭: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥ ଜାମୁଝାଡି ନିକଟରେ ଦୁର୍ଘଟଣା । ପଶ୍ଚିମବଙ୍ଗର ଜଣେ ବିଧାୟକଙ୍କ ଗାଡି ସ୍କୁଟି ଚାଳକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ପଶ୍ଚିମବଙ୍ଗ ଉତ୍ତର ହାୱରା ବିଧାନସଭା କ୍ଷେତ୍ର ବିଧାୟକ ଗୌତମ ଚୌଧୁରୀ ଓ ତାଙ୍କ ପରିବାର ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l
ସୂଚନା ଅନୁସାରେ, ବିଧାୟକ ଗୌତମ ଚୌଧୁରୀ ତାଙ୍କ ସାନ ଭାଇ ଅପୂର୍ବ ସିହ୍ନାଙ୍କ କାର୍ ନେଇ ପୁରୀ ଯାଇଥିଲେ । ସେଠାରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ଫେରିଲା ବେଳେ ସ୍କୁଟି ସହିତ ତାଙ୍କ କାର୍ର ଧକ୍କା ହୋଇଥିଲା l ଫଳରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ବିଧାୟକଙ୍କ ଡ୍ରାଇଭର ଅମୀୟ ସିଂ ରାୟକୁ ଅଟକ ରଖି ତଦନ୍ତ କରୁଛି l
ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଘର ସୋର ବ୍ଲକ ସାଜନପୁର ଗ୍ରାମର ରାଧାକାନ୍ତ ଲେଙ୍କା । ସେ ବାସୁଦେବପୁର ବିନାୟକପୁର ଉଚ୍ଚ ବିଦ୍ୟାଳୟର ପିଅନ ଭାବେ କାର୍ଯ୍ୟରେ ଯୋଗଦେବା ପାଇଁ ଯାଉଥିଲେ । ଜାମୁଝାଡ଼ି ନିକଟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ।
You Can Read: